Masthead

ଚାଷୀ ମୁଣ୍ଡରେ ଚଡ଼କ

ନୂଆପଡା, (ବଡ଼ ଖବର ବ୍ୟୁରୋ): ନୂଆପଡା ଜିଲ୍ଲାରେ ସରୁନି ଚାଷୀଙ୍କ ଦୁଃଖ । ଚାଷୀଙ୍କ ଝାଳବୁହା କଠିନ ପରିଶ୍ରମ ଶେଷରେ ଚୁରମାର ହେବାରେ ଲାଗିଛି । କେଉଁଠି ଧାନଫସଲ ଉପରେ ପାଣି ମାଡ଼ିଯିବା ଫଳରେ ଧାନ ଗଜା ହେଲାଣି ତ କେଉଁଠି ଧାନ ଫସଲରେ ରୋଗ ପୋକ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଫୁରସୁଣ୍ଡ ଗାଁ ରେ ।

ଚଳିତ ବର୍ଷ ନୂଆପଡା ଜିଲ୍ଲାରେ ଭଲ ବର୍ଷ ହୋଇଥିଲା । ଚାଷୀ ସଠିକ ସମୟରେ ଚାଷ କରିଥିବାରୁ ଧାନ ଫସଲ ମଧ୍ୟ ଭଲ ହୋଇଥିଲା । କିନ୍ତୁ ଠିକ ସମୟରେ ଅଦିନିଆ ବର୍ଷା ହେଲା କାଳ । ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯିବାରୁ ଧାନ ଗଛ ପାଣି ଭିତରେ ରହି ଗଜା ହୋଇଗଲା । ଧାନ ବିଲରୁ କେବେ କମିବ ପାଣି, କେବେ ଧାନ ଅମଳ କରିବେ ସେ ନେଇ ଚିନ୍ତାରେ ନୂଆପଡା ଜିଲ୍ଲାର ଫୁରସୁଣ୍ଡ ଗାଁର ଚାଷୀ । ଅନ୍ୟପଟେ ଧାନ ଫସଲରେ ଚକଡା ପୋକ ମଧ୍ୟ ମାଡ଼ିବସି ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ବାରମ୍ବାର କୀଟ ନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ କିଛି ଫଳପ୍ରଦ ହେଉନଥିବା ଅଭିଯୋଗ କରିଛନ୍ତି ଫୁରସୁଣ୍ଡ ଗାଁର ଚାଷୀ ।

ହେକ୍ଟର ହେକ୍ଟର ଜମି ଉପରେ ବର୍ଷା ପାଣି, ସେପଟେ ଧାନ ଫସଲ ଉପରେ ରୋଗ ପୋକ ଚାଷୀମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଫୁରସୁଣ୍ଡ ଗାଁରେ ବିଲରୁ ପାଣି ନିଷ୍କାସନ ସମସ୍ୟା ଆଜିର ନୁହେଁ । ଚାଷ ଜମିର ତଳପଟେ ସୁ-ଉଚ୍ଚ ପୋଲ ଟିଏ ନିର୍ମାଣ ହେଲେ ପାଣି ନିଷ୍କାସନ ହୋଇ ଉଦନ୍ତି ନଦୀରେ ମିଶନ୍ତା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ସେପଟେ ସ୍ଥାନୀୟ ନିରୀକ୍ଷକଙ୍କ ରିପୋର୍ଟ ଅନୁଧ୍ୟାନ ପରେ ଉପରୋକ୍ତ ବିଭାଗକୁ ଜଣାଇବୁ ବୋଲି ସିନାପାଲି ବ୍ଲକ କୃଷି ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା