Masthead

୪୦୧ ପ୍ଲାଜମା ଦାନ କଲାଣି ଓଡ଼ିଶା ପୋଲିସ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଓଡ଼ିଶା ପୋଲିସ ଆଜିପର୍ଯ୍ୟନ୍ତ ୪୦୧ ପ୍ଲାଜମା ଦାନ କଲାଣି। ଓଡ଼ିଶା ପୋଲିସରେ କାର୍ଯ୍ୟରତ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଏତିକି ସଂଖ୍ୟାରେ ପ୍ଲାଜମା ଦାନ କରି ଓଡ଼ିଶା ପୋଲିସକୁ ଗର୍ବିତ କରିଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହି କରୋନା ଯୋଦ୍ଧାମାନେ ରାଜ୍ୟର ବିଭିନ୍ନ ମେଡିକାଲ ଯଥା; କଟକ ଏସସିବି, ରାଉରକେଲା ଆଇଜିଏଚ୍, ବୁର୍ଲା ଭିମସାର, ବ୍ରହ୍ମପୁର ଏମକେସିଜି ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଦାନ କରି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇ ପାରିଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, ବଲାଙ୍ଗିର, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ରାଉରକେଲା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ସମ୍ବଲପୁର ପୋଲିସ ଜିଲ୍ଲା ସମେତ ନୟାଗଡ଼ ପୋଲିସ ଟ୍ରେନିଂ ସେଣ୍ଟର, ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନ, ଝାରସୁଗୁଡ଼ା ଦ୍ୱିତୀୟ ବାଟାଲିୟନ, କୋରାପୁଟ ତୃତୀୟ ବାଟାଲିୟନ, ରାଉରକେଲା ଚତୁର୍ଥ ବାଟାଲିୟନ, କଟକ ଷଷ୍ଠ ବାଟାଲିୟନ, ଭୁବନେଶ୍ୱର ସପ୍ତମ ବାଟାଲିୟନ, ଛତ୍ରପୁର ଅଷ୍ଟମ ବାଟାଲିୟନ, ସମ୍ବଲପୁର ପ୍ରଥମ ଏସଏସ ବାଟାଲିୟନ, ମାଲକାନଗିରି ଚତୁର୍ଥ ଏସଏସ ବାଟାଲିୟନ, ଗଜପତି ତୃତୀୟ ଏସଏସ ବାଟାଲିୟନ, ଭୁବନେଶ୍ୱର ଏସଏସ ବାଟାଲିୟନ, କୋରାପୁଟ ପ୍ରଥମ ଆଇଆର୍ ବାଟାଲିୟନ, କଳିଙ୍ଗନଗର ତୃତୀୟ ଆଇଆର ବାଟାଲିୟନ, ଦେବଗଡ଼ ଚତୁର୍ଥ ଆଇଆର୍ ବାଟାଲିୟନ, ବୌଦ୍ଧ ପଞ୍ଚମ ଆଇଆର୍ ବାଟାଲିୟନ, ଖୋର୍ଦ୍ଧା ଷଷ୍ଠ ଆଇଆର୍ ବାଟାଲିୟନ, ଭଞ୍ଜନଗର ଅଷ୍ଟମ ସ୍ୱତନ୍ତ୍ର ଆଇଆର୍ ବାଟାଲିୟନ, ଭୁବନେଶ୍ୱର ଓଆଇଏସଏଫ, ସିଆଇଡି-ସିବି, କଟକ ୟୁପିଡି, ଏବଂ ଏସଓଜି କର୍ମଚାରୀମାନେ ପ୍ଲାଜମା ଦାନ କରିଛନ୍ତି। ଖୁବଶୀଘ୍ର ଏହି ସଂଖ୍ୟା ୫୦୦ ଅତିକ୍ରମ କରିବ ବୋଲି ଓଡ଼ିଶା ପୋଲିସ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି