Masthead

ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପାଠ ପଢ଼ାଇଲେ କେନ୍ଦ୍ର ଆଇନ ମନ୍ତ୍ରୀ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଯେମିତି ଲୁଚକାଳି ଖେଳ ଚାଲିଥିବା ପରି ଲାଗୁଛି। କେତେବେଳେ ଏହା କେନ୍ଦ୍ର ସରକାରଙ୍କ ବ୍ୟାପାର ବୋଲି କହି ରାଜ୍ୟ ଦୋଷ ଲଦୁଥିବାବେଳେ ଆଉ କେତେବେଳେ ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣୁଛି କେନ୍ଦ୍ର। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘବର୍ଷ ହେଲା କାଦୁଅଫିଙ୍ଗା ରାଜନୀତି ଜାରି ରହିଥିବାବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ନିକଟରେ ବିଜେଡି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲେଖିଥିବା ଏକ ଚିଠି ହସ୍ତଗତ ହୋଇଛି। ଏଥିରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସିଧାସଳଖ ଭାବେ ରାଜ୍ୟ କୋର୍ଟକୁ ବଲ ଫିଙ୍ଗିଥିବା ଦେଖିବାକୁ ମିଳିଛି।

ଚିଠିଟି ଟିକେ ପୁରୁଣା ଅର୍ଥାତ ଗତ ସେପ୍ଟେମ୍ବର ୨୪ ଲେଖାଯାଇଥିଲେ ମଧ୍ୟ ଏବେ ପଦାକୁ ଆସିଛି। କେନ୍ଦ୍ର ଆଇନ ମନ୍ତ୍ରୀ ପ୍ରସାଦ ରାଜ୍ୟସଭା ସଦସ୍ୟ ଆଚାର୍ଯ୍ୟଙ୍କୁ ଏଥିରେ ଲେଖିଛନ୍ତି ଯେ ଗତ ଫେବୃଆରୀ ୪ ତାରିଖରେ ରାଜ୍ୟସଭାର ଶୂନ୍ୟକାଳରେ ଆପଣ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଉଠାଇଥିଲେ। ତେବେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଯଶୱନ୍ତ ସିଂ କମିଶନଙ୍କ ସୁପାରିସ ଏବଂ ରିଟ୍ ପିଟିଶନ ନମ୍ବର-୩୭୯/୨୦୦୦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପ୍ରତିଷ୍ଠା କରାଯାଇଥାଏ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମ୍ପୂର୍ଣ୍ଣ ପ୍ରସ୍ତାବ, ସମ୍ପୃକ୍ତ ରାଜ୍ୟର ହାଇକୋର୍ଟର ମୁଖ୍ୟବିଚାରପତି ଏବଂ ରାଜ୍ୟପାଳଙ୍କ ସମ୍ମତିକୁ ମଧ୍ୟ ବିଚାରକୁ ନିଆଯାଇଥାଏ।

ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବେଞ୍ଚ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟଙ୍କ ମତାମତ ଲୋଡ଼ିଥିଲେ। ତେବେ ଏ ସମ୍ପର୍କରେ ହାଇକୋର୍ଟ କୌଣସି ମତାମତ ଦେଇନାହାନ୍ତି। ବେଞ୍ଚ ପାଇଁ ଦରକାର ପଡ଼ୁଥିବା ଭିତ୍ତିଭୂମି ସମ୍ପର୍କରେ କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ଯୋଗାଯୋଗ କରୁନାହାନ୍ତି। ତେଣୁ ଏପରି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଦିଗରେ ଆଗେଇବା ସମ୍ଭବ ହୋଇପାରୁନାହିଁ ବୋଲି ପ୍ରସାଦ ଚିଠିରେ ଉଲ୍ଲେଖ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି