Masthead

ମଣିଷପଣିଆ ଧିକ୍କାର, ଟଙ୍କା ହଡ଼ପ ପାଇଁ ମୃତବ୍ୟକ୍ତିକୁ ବନାଇଲା ସ୍ୱାମୀ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଶବକୁ ନେଇ ସାଂଘାତିକ ଖେଳ । ‘ନୋସି ବିଜନେସ’ ପାର୍କ ପରିସରରେ ରବିବାର ସକାଳେ ଥିଲା ଶୋକାକୂଳ ପରିବେଶ । କିଏ ସ୍ୱାମୀକୁ ଖୋଜୁଥିଲା ତ ଆଉ କିଏ ଖୋଜୁଥିଲା ସ୍ତ୍ରୀକୁ । କିଏ ପୁଅକୁ ଖୋଜୁଥିଲା ତ ଆଉ କିଏ ପରିବାର ଲୋକଙ୍କୁ । କିନ୍ତୁ ଏହାରି ଭିତରେ ଆସିଛି ସାଙ୍ଘାତିକ ଖେଳ । ଯାହା ମଣିଷ ପଣିଆକୁ ଧିକ୍କାର କରିବ । ଜଣେ ମୃତ ବ୍ୟକ୍ତିଙ୍କୁ ନିଜ ସ୍ୱାମୀ ବୋଲି ଦାବି କରି ସହାୟତା ରାଶି ହଡ଼ପ କରିବାକୁ ମିଛ ବାହାନା କରିଥିଲେ ଜଣେ ମହିଳା । ଧରାପଡ଼ିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । କଟକ ଜିଲ୍ଲା ବଡ଼ମ୍ବା ଅଧିନ ମାଣିଆବନ୍ଧ ଅଂଚଳର ଗୀତାଞ୍ଜଳୀ ଦତ୍ତ । ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଲୁଟିବାକୁ ମିଛ ବାହାନା କରୁଥିଲେ ସମ୍ପୃକ୍ତ ମହିଳା । ଜୀବିତ ସ୍ୱାମୀ ବିଜୟ ଦତଙ୍କୁ ମୃତ ଦର୍ଶାଇଥିଲେ । ତେବେ ଯୋଜନା ଫେଲ ମାରିବା ପରେ ପୁଲିସ ହାତରେ ଧରା ପଡ଼ିଥିଲେ ।

ମହିଳା ଜଣଙ୍କ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ନିଜ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିଲେ । କୋହଭରା ସ୍ୱରରେ ବିଳାପ କରିବା ସହ ଭାବପ୍ରବଣତା ଦେଖାଇଥିଲେ । ଏହା ସହ ମୃତକଙ୍କ ଫଟୋ ମଧ୍ୟରୁ ଗୋଟିଏ ନିଜ ସ୍ୱାମୀଙ୍କର ବୋଲି ଦାବି କରିଥିଲେ । ମିଛ ଆଧାରକାଡ଼ ଜେରକ୍ସ କପି ବି ଦେଖାଇଥିଲେ । ହେଲେ ପୋଲିସ ଅଧିକାରୀଙ୍କ ଆଗରେ ମହିଳାଙ୍କ ସବୁ ଚାଲ ଧରାପଡ଼ିଯାଇଥିଲା । ଯାହାକୁ ନେଇ ପୁଲିସ ଅଧିକାରୀ ବଡ଼ମ୍ବା ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ମହିଳାଙ୍କ ସ୍ୱାମୀ ଜୀବିତ ଥିବା ସୂଚନା ଦେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ଶେୟାର କରିଥିଲେ । ପରେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିଲେ । କିନ୍ତୁ ଆଖି ପିଛୁଳାକେ ସମ୍ପୃକ୍ତ ମହିଳା ନୋସି ପରିସରରୁ ଚମ୍ପଟ ମାରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ