Masthead

ଜଳ କର ଛାଡ଼ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଜଳ କର ଛାଡ଼ କରିବା ଦାବିରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀଙ୍କ ଧାରଣା। ଜଳ କର ନଦେଲେ ହୋଇ ପାରୁନି ଖରିପ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ । ଚିନ୍ତାରେ ଚାଷୀ। ଆସନ୍ତା ୧୫ ତାରିଖ ହେଉଛି ପଞ୍ଜିକରଣର ଶେଷ ତାରିଖ। ଏକା ଥରକେ ଦଶ ବର୍ଷର କର ଦେବା ପାଇଁ ନୋଟିସ ଆସିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଦଶ ବର୍ଷର କର ମୂଲ୍ୟ ବହୁତ ଅଧିକା ହୋଇଥିବାରୁ ଚାଷୀମାନେ ନାଦେଇ ପାରୁଛନ୍ତି ଜଳ କର ନା କରି ପାରୁଛନ୍ତି ଧାନ ବିକ୍ରି ପାଇଁ ନିଜର ନାମ ପଞ୍ଜିକରଣ।

ଆଜି ବିଶୋରା ପଞ୍ଚାୟତର ଚାଷୀମାନେ ଧାରଣା ଦେଇଥିବା ବେଳେ ଆଗାମୀ ଦିନର ଅନ୍ୟ ପଞ୍ଚାୟତର ଚାଷୀମାନେ ଆସିବେ ବୋଲି ଚାଷୀ ନେତା କହିଛନ୍ତି। ଅନ୍ୟପଟେ ଦୀର୍ଘ ଅନେକ ବର୍ଷ ଧରି ବିଜେଡି ସରକାର ଶାସନରେ ରହି ବି ଚାଷୀଙ୍କ ସମାଧାନ କରିନଥିବା କହି ବିଜେଡି ଉପରେ ବର୍ଷିଛନ୍ତି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା।ସମସ୍ୟାର ସମାଧାନ ନ ହେଲେ ଚାଷୀ ଆନ୍ଦୋଳନ ହେବ ବୋଲି ଚାଷୀ ନେତାମାନେ ଚେତାବନୀ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ