Masthead

କିଏ ସମର୍ଥନ ଦେଲେ କ’ଣ ମନାକରିବୁ, କୌଣସି ମେଣ୍ଟ ହେବନି: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଶ୍ଵିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିର ପ୍ରତିକ୍ରିୟା । ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଆମେ ଆମର ପ୍ରାର୍ଥୀ ଦେଇଛୁ । ଆମେ ମୁଖ୍ୟ ବିରୋଧୀ, ଆମେ ପ୍ରାର୍ଥୀ ଦେଲୁ । ଆଉ କାହାର ଲଢ଼ିବାର ଅଛି ଯଦି ଲଢନ୍ତୁ । କିଏ ସମର୍ଥନ ଦେଲେ ଆମେ କ’ଣ ମନାକରିବୁ । ବିଜେଡି ସୁପ୍ରିମୋକୁ ପଚାରନ୍ତୁ, ସେମାନେ କାହିଁକି ସମର୍ଥନ ଦେଲେ । କୌଣସି ମେଣ୍ଟ ହେବାର ନାହିଁ । ଏଥର ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ ।

ବିଜେପି ଏକାକୀ ଲଢ଼ିବ । ସମର୍ଥନ କିଏ ଦବ ନ ଦବ, ମେଣ୍ଟ କଥା ସେଥିରେ କେଉଁଠୁ ଆସିଲା ? ସମର୍ଥନ ଆମେ ମାଗିନୁ, କିଏ ସମର୍ଥନ ଦେବ ଆମେ କଣ ମନା କରିବୁ । ସେମାନଙ୍କୁ ପଚାରନ୍ତୁ, ସେମାନେ କାହିଁକି ସମର୍ଥନ ଦେଲେ । ଆମେ ତ ସମର୍ଥନ ମାଗି ନାହୁଁ । କାହାରି ସମର୍ଥନ ଆମେ ଲୋଡ଼ିନୁ ବିଜେପି ଏକାକୀ ଲଢ଼ିବ । ଯଦି କାହାର ଲଢ଼ିବାର ଅଛି, ଆସନ୍ତାକାଲି ନୋମିନେସନ ଅଛି କର ଏବଂ ଲଢ଼ ।

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ । କର୍ମୀ ମୈଦାନକୁ ଓହ୍ଲାଇ ପଡିଲେଣି । ଲୋକେ ଚାହୁଁଛନ୍ତି ବିଜେପି ସରକାର କରିବ । କଂଗ୍ରେସ ସାର୍ଟିଫିକେଟରେ ଆମେ ବଞ୍ଚି ନାହୁଁ । କଂଗ୍ରେସର କୁ ଶାସନ ଏବଂ ଦୁର୍ନୀତିକୁ ବିରୋଧ କରି ୭୫ ବର୍ଷ ଧରି ବଞ୍ଚି ଆସିଛୁ । ଆମେ କଂଗ୍ରେସ ସହିତ କମ୍ପରମାଇଜ କରିନାହୁଁ । ଜନସଙ୍ଘ ଯିଏ କଂଗ୍ରେସ ସହିତ ବୁଝାମଣା କରିନାହୁଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼