Masthead

ଓଏଏସ୍ ଓ ଓଆରଏସଙ୍କ ଛୁଟି

ସମୂହ ଛୁଟିରେ ଗଲେ ରାଜ୍ୟର ପ୍ରାୟ ଅଧାରୁ ଅଧିକ ଜିଲ୍ଲାର ଓଏଏସ୍ ଓ ଓଆରଏସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣା । ସମୂହ ଛୁଟିରେ ଗଲେ ରାଜ୍ୟର ପ୍ରାୟ ଅଧାରୁ ଅଧିକ ଜିଲ୍ଲାର ଓଏଏସ୍ ଓ ଓଆରଏସ ।ଅନିର୍ଦ୍ଦିଷ୍ଟ କାଳ ପାଇଁ ଏମାନେ ସାମୂହିକ ଛୁଟିରେ ରହିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଜଗତସିଂହପୁର, ରାୟଗଡ଼ା, ଦେବଗଡ଼, ସୁବର୍ଣ୍ଣପୁର କଟକ, ଭଦ୍ରକ, ବାଲେଶ୍ୱର ଓ ଗଞ୍ଜାମ ସମେତ ଅନ୍ୟାନ୍ୟ ଜିଲ୍ଲାରେ ସମୂହ ଛୁଟିରେ ଗଲେ ଓଏଏସ୍ ଓ ଓଆରଏସ୍ ଅଫିସର ।

ଭୁବନେଶ୍ୱର ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏଭଳି ନିଷ୍ପର୍ତ୍ତି ନେଇଛନ୍ତି । କଟକ ଜିଲ୍ଲାରେ ପାଖାପାଖି ୧୫୦ରୁ ଅଧିକ ଓଏଏସ୍ ଓ ଓଆରଏସ୍ ଅଧିକାରୀ ସାମୂହିକ ଛୁଟି ନେଇଛନ୍ତି । ଯଦି କୌଣସି ଜରୁରୀକାଳିନ ପରିସ୍ଥିତି ସୃଷ୍ଠି ହୁଏ ତେବେ କେବଳ ସେଭଳି କ୍ଷେତ୍ରରେ ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ