Masthead

ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା। ହତ୍ୟା ପରେ ଦେହରେ ପଥର ବାନ୍ଧି ନଦୀରେ ଫିଙ୍ଗିଦେଲା ଦୁର୍ବୃତ୍ତ । ମୃତକ ହେଲେ ରାୟଗଡ଼ା ଜିଲ୍ଲା ଜେକେପୁର ଅଞ୍ଚଳର ସୃଷ୍ଟି ଶର୍ମା। ସେ ଉତ୍ତାରଖଣ୍ଡ ଲାଲପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ରହୁଥିବା ଭଡ଼ା ଘର ମାଲିକର ପୁଅ ଅମିତ କୁମାର ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି।  ସୃଷ୍ଟି ଗତ ୬ ମାସ ହେବ ଉତ୍ତରାଖଣ୍ଡର ଲାଲପୁରରେ ଥିବା ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ ।

ସେ ସେଠାରେ କାମେଶ୍ବର ସିଂଙ୍କ ଘରେ ଭଡ଼ାରେ ରହୁଥିଲେ। ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସମ୍ପର୍କୀୟ ବୁଧବାର ଦିନ ଲାଲାପୁରରେ ପହଞ୍ଚିଥିଲେ ।  ସେଠାରେ ଖୋଜାଖୋଜି ପରେ କୌଣସି ପତା ନମିଳିବାରୁ ସେମାନେ ସ୍ଥାନୀୟ ପୁଲିସରେ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ । ପରେ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ଗିରଫ କରିଛି।

ସୃଷ୍ଟି ଭଡା ଘରେ ରହୁଥିବା ଘର ମାଲିକଙ୍କ ପୁଅ ଅମିତ କୁମାର ହିଁ ତାଙ୍କୁ ହତ୍ୟା କରିଛି ବୋଲି ଲାଲପୁର ପୁଲିସ ସ୍ପଷ୍ଟ କରିଛି ।  ଅମିତ ହତ୍ୟା କରିବା ପରେ ମୃତଦେହରେ ଇଟା ଓ ପଥର ବାନ୍ଧି ବାଡୋର ନଦୀରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଅଭିଯୁକ୍ତକୁ ପଚରାଉଚରା ଜାରି ରଖିଛି। ସୃଷ୍ଟିଙ୍କ ପରିବାର ଲୋକେ ଆଜି ଉତ୍ତରାଖଣ୍ଡ ଯାତ୍ରା କରିଛନ୍ତି। ଏନେଇ ସୃଷ୍ଟିଙ୍କ ପରିବାର ଲୋକେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।.

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି