Masthead

ଆସାମରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ବିରୋଧ

ଆସାମ (ବଡ଼ ଖବର ବ୍ୟୁରୋ): ଭାରତ ଯୋଡ଼ ପ୍ୟାୟ ଯାତ୍ରାକୁ ବିରୋଧ । ଆସାମର ନୂଆଗାଁଓ ଅଂଚଳରେ ନ୍ୟାୟ ଯାତ୍ରାକୁ କରାଯାଇଛି ବିରୋଧ । ସ୍ଥାନୀୟ କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିଛନ୍ତି । ତାହା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି । ରାହୁଲ ଗାନ୍ଧୀ ଏକ ଦୋକାନରେ ବାହାରେ ଛିଡା ହୋଇଥିବାବେଳେ ବିରୋଧ ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଏହାପରେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷାକର୍ମୀ ସେଠାରୁ ନେଇଯାଇଥିଲେ ।

ପୂର୍ବରୁ ରାହୁଲ ନୂଆଗାଁଓରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ସେ ଅଭିଯୋଗ କରିଥିଲେ, ଆସାମରେ ବିଜେପିର କର୍ମୀ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କାହାକୁ ବି ଡରନ୍ତି ନାହିଁ ବୋଲି କହିଥିଲେ । ସେପଟେ ମଲ୍ଲ୍‌ିକାର୍ଜ୍ଜୁନ ଖଡଗେ ଆସାମର ନାଗାଓଁରେ ଏକ ରାଲିରେ ସମ୍ବୋଧିତ କରି କହିଥିଲେ ଯେ, ଜଣେ ବ୍ୟକ୍ତି ସମଗ୍ର ଭଗବାନଙ୍କୁ କାବୁ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରରେ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲୋକ ବାହାରେ ଅଛନ୍ତି। ସେ ଏକାକୀ ସବୁ କରିବାକୁ ଚାହୁଁଛନ୍ତି। ଭରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଖଡଗେ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଗସ୍ତରେ ବିଜେପି ଲୋକମାନେ ଭୟଭୀତ ଅଛନ୍ତି। ଏହି ଲୋକମାନେ ଜୟରାମ ରମେଶଙ୍କ ଗାଡି ଉପରେ ଆକ୍ରମଣ କରୁଛନ୍ତି । କିନ୍ତୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଭୟ କରନ୍ତି ନାହିଁ। ଯଦି ଆମେ ବ୍ରିଟିଶମାନଙ୍କୁ ଭୟ କରୁନାହୁଁ ତେବେ ଆମେ କାହିଁକି ବିଜେପିକୁ ଭୟ କରିବୁ ବୋଲି ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର