ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଠନ ହୋଇଛି ଓଡ଼ିଶାରେ ସପ୍ତଦଶ ବିଧାନସଭା । ସଦସ୍ୟମାନେ ନେଇଛନ୍ତି ଶପଥ । ପୂର୍ବ ବିଧାନସଭା ପରି ନାହିଁ ଚଳିତ ସପ୍ତଦଶ ବିଧାନସଭା । ନୂତନ ଢାଞ୍ଚାରେ ଗଠନ ହୋଇଛି ସପ୍ତଦଶ ବିଧାନସଭା । ଅଧିବେଶନ ଗୁଡିକ ହେବ ବେଶ ସରଗରମ । ରାଜ୍ୟ ରାଜନୀତିକୁ ସ୍ପର୍ଷ କରିଛି ନୂଆ ରଙ୍ଗ । ବଦଳିଛି ଚିତ୍ରପଟ୍ଟ । ରାଜ୍ୟରେ ଗଠନ ହୋଇଛି ନୂତନ ସରକାର । ବିଧାନସଭାରେ ଆସନ ହୋଇଛି ଅଦଳ ବଦଳ । ପାଞ୍ଚ ପାଞ୍ଚ ଥରର ବିଜେଡି ସରକାରର ହୋଇଛି ପତନ । ଶାସକ ଦଳରୁ ଯାଇ ବିରୋଧୀ ଦଳ ବନିଛି । ବିଜେଡିକୁ ଧୂଳି ଚଟାଇ ବିରୋଧୀ ଆସନରୁ ଆସି ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଗଢିଛି ସରକାର । ରାଜ୍ୟରେ ରହିଛି ବିଧାନସଭା ଆସନ ସଂଖ୍ୟା ୧୪୭ । ଚଳିତ ୨୦୨୪ ନିର୍ବାଚନରେ ବିଜେପି ୭୮, ବିଜେଡି ୫୧, କଂଗ୍ରେସ ୧୪ ଓ ଅନ୍ୟନ ୪ ପାଇଥିବା ବେଳେ ସେଥି ମଧ୍ୟରୁ ତିନି ସ୍ୱାଧିନ ତିନି ବିଧାୟକ ପଦ୍ମରେ ହୋଇଛନ୍ତି ସାମିଲ । ବିଜେପିର ସଦସ୍ୟତା ୮୧ରେ ପହଞ୍ଚିଛି ।

ରାଜ୍ୟବାସୀଙ୍କ ଠାରୁ ବିଜେପି ଜନାଦେଶ ପାଇ ରାଜ୍ୟରେ ଗଠନ କରିଛି ସରକାର । ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ସହ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ଗଠନ କରି ସରକାର ଚଳାଇଲାଣି ବିଜେପି । ଲୋକଙ୍କ ସରକାର କହି ରାଜ୍ୟରେ ଶାସନକୁ ନେଲାଣି ଆଗେଇ । କିନ୍ତୁ ଚଳିତ ନିର୍ବାଚନରେ ଭୋଟର ଦେଖାଇଛନ୍ତି କଡା ଆଭିମୁଖ୍ୟ । କାହାକୁ ଦେଇନାହାନ୍ତି ଏକପାଖିଆ ଜନାଦେଶ । ଦୀର୍ଘ କିଛି ବର୍ଷ ପରେ ବଦଳିଛି ରାଜନିତୀର ରୂପରେଖା । ରାଜ୍ୟର ବିକାଶକୁ ଆଖି ଆଗରେ ରଖିଛନ୍ତି ଓଡ଼ିଶାବାସୀ । ସେଥିପାଇଁ ତ ମାପିଚୁପି କରିଛନ୍ତି ମତ ସାବ୍ୟସ୍ତ । ଶାସକ ଓ ବିରୋଧି ଦଳକୁ ଆବଶକ୍ୟ ଥିବା ସଦସ୍ୟଙ୍କୁ କରିଛନ୍ତି ନିର୍ବାଚିତ । ଯଦି କିଏ ଭୁଲ କରିବ ତାକୁ ବାଟକୁ ଆଣିବା ପାଇଁ ରଖିଛନ୍ତି ରାସ୍ତା । ଶାସନକଳ କେମିତି ମଜଭୁତ ହୋଇ ରହିବ ତାର ବି କରିଛନ୍ତି ବିଚାର । ରାଜ୍ୟର ବିକାଶ ରାଜ୍ୟବାସୀଙ୍କ ବିକାଶ ବୋଲି ବୁଝିଛନ୍ତି ଜନତା । କାହାକୁ କେଉଁ ଆସନରେ ବସାଇବା ଦରକାର ତାକୁ ସେଇଠି ବସାଇଛନ୍ତି । କାହାରି ମନକୁ ଦେଇନାହାନ୍ତି କଷ୍ଟ ।

କ୍ଷମତାର ଅନ୍ଧରେ ଅନ୍ଧ ହୋଇ ବିଜେଡି ରାଜ୍ୟକୁ ଯେମିତି କବଳିତ କରି ରଖିଥିଲା ତାକୁ ଉଚିତ ଜବାବ ଦେଇ ଶାସକରୁ ବିରୋଧି ଆସନରେ କରିଛନ୍ତି ମଣ୍ଡନ । ଭାଙ୍ଗିଛନ୍ତି ଗର୍ବ ଓ ଅହଙ୍କାର । କରିଦେଇଛନ୍ତି କ୍ଷମତାର ଲୋଭକୁ ଭାଙ୍ଗିରୁଜି ଚୁରମାର । ଯାହା ପାଇଁ ବିଜେଡି ଧୂଳିରେ ଲୋଟିଛି । ଆଉ ରାଜ୍ୟର ଶାସନର ମଙ୍ଗ ଧିରିଛି ବିଜେପି । କିନ୍ତୁ ଅଗାମୀ ସମୟ ଗୁଡିକୁ ଉଭୟ ଶାସକ ଓ ବିରୋଧିଙ୍କ ପାଇଁ ଅଗ୍ନୀ ପରିକ୍ଷା ଦେବାର ସମୟ । ବିଜେପି ସରକାର ଯେତେ ସମ୍ଭବ ସେତେ ରାଜ୍ୟବାସୀଙ୍କୁ ନିଜ ଶାସନକାଳରେ ଜନତାଙ୍କୁ ବାନ୍ଧି ରଖିବାକୁ ହେବ । ସରକାର ପ୍ରତି ଲୋକେ କେମିତି ଆସ୍ଥା ଭାଜନ ହୋଇପାରିବେ ସେଦିଗରେ ଦେବାକୁ ପଡିବ ଗୁରୁତ୍ୱ । ନଚେତ ସଜାଗ ପହରି ବିରୋଧି ଦେଇଦେବେ ପାନେ । ବିଧାନସଭାର ଗୃହ ଭିତରେ ହେଉ କି ଗୃହ ବାହାରେ ଏଥର ହେବ କଡା ଗଣ୍ଡାର ହିସାବ ନିକାବ । ଉଭୟଙ୍କୁ ଦେବାକୁ ପଡିବ ଜନତାଙ୍କ ଅଦାଲତରେ ଜବାବ । ସେଥିପାଇଁ ତ ଜନତା ଜନାର୍ଦ୍ଦନ ପୂର୍ବ ଭୁଲକୁ ସୁଧାରି ସମସ୍ତଙ୍କୁ ଦେଇଛନ୍ତି ସମାନ ଅଧିକାର ।

ଯିଏ ତାଙ୍କ ପାଇଁ ବନିବ ସ୍ୱର ତାକୁ ଜନତାଙ୍କର ମିଳିବ ପୁରସ୍କାର । ଏଠୁ ସ୍ପଷ୍ଠ କି ଏତେ ସହଜ ସପ୍ତଦଶ ବିଧାନସଭା ? ଆଗକୁ ହିଁ ଜଣାପଡିବ ସପ୍ତଦଶ ଭାଗ୍ୟ କଣ ? ପୂର୍ବ ଭଳି ହେଉଛି ନାଁ ପରିବତ୍ତନର ରାସ୍ତାରେ ଚାଲୁଛି । କାହିଁକି ନାଁ ପୂର୍ବରୁ ବିଜେଡି ସରକାର ସମୟ କାଳରେ ବିଧାନସଭା ଅଧିବେଶନ ଗୁଡିକ ଖାଲି ତାରିଖ ଆଉ ତାରିଖ ହୋଇ ରହି ଯାଉଥିଲା । ମୁଲତବୀ ମୁଲତବୀରେ କଟି ଯାଉଥିଲା । ରାଜ୍ୟ ସ୍ୱାର୍ଥକୁ ଦଳି ମୋକଚି ଦେଉଥିଲେ । ଯାହା ପାଇଁ ନଷ୍ଟ ହେଉଥିଲା ବିଧାନସଭାର ଗାରିମା । କୁହାଯାଉଛି ଯେହେତୁ ସରକାର ବଦଳିଛି ବିଧି ବ୍ୟବସ୍ଥାରେ ଆସିପାରେ ପରିବର୍ତ୍ତନ, ଆଉ ବିଧାନସଭା ଫେରିପାଇ ପାରେ ତାର ଗାରିମା । କାହିଁକି ନା ଯେହେତୁ ଜନତା ଜନାଦ୍ଦନ ନିଭାଇଛନ୍ତି ନିର୍ଣ୍ଣାୟକ ଭୂମିକା । ଆଉ ଯାହା ପାଇଁ ବି ପୁରା ପ୍ରସ୍ତୁତ ହେବାରେ ଲାଗି ପଡିଛନ୍ତି ଶାସକ ଏବଂ ବିରୋଧୀ । ଯେହେତୁ ଆଗକୁ ବସିବାକୁ ଯାଉଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ।

Leave a Reply

Your email address will not be published. Required fields are marked *