Masthead

କରୋନା ଛଡେଇ ନେଲା ବେଉସା

କଟକ,(ବଡ଼ ଖବର ବ୍ୟୁରୋ): ଦୁର୍ଦିନରେ କଳାକାର । କରୋନା କଟକଣାରୁ ୮ମାସ ହେବ ରୋଜଗାର ହରାଇ ହାତଯୋଡି ବସିଛନ୍ତି ବିଭିନ୍ନ ମେଲୋଡି ପାର୍ଟିର କଳାକର । ପ୍ରତିବର୍ଷ ପାର୍ବଣରେ ବିଭିନ୍ନ୍ ପୂଜା କମିଟି ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୁଏ । କଳାକାରମାନେ ସଙ୍ଗୀତ ପରିବେଷଣ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ସେଥିରେ ଚଳୁଥିଲା ସେମାନଙ୍କ ସଂସାର । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ପାଳିତ ହୋଇଥିବାରୁ ମେଲୋଡି କାର୍ଯ୍ୟକ୍ରମରେ ମଧ୍ୟ ରୋକ୍ ଲଗାଯାଇଛି । ଫଳରେ କଟକ ସହରର ୫୦ରୁ ଅଧିକ ମେଲୋଡି ପାର୍ଟି ଏବେ ରୋଜଗାର ହରାଇଛନ୍ତି ।

ପ୍ରତିବର୍ଷ ଦୁର୍ଗାପୂଜା ସମୟରେ କଟକ ଭୁବନେଶ୍ୱରର ବିଭିନ୍ନ୍ ପୂଜା ମଣ୍ଡପରେ ମେଲୋଡି ପରିବେଷଣ କରିଥାନ୍ତି ଏହି କଳାକାରମାନେ । ଏପରିକି ଗୋଯିଏ ଗୋଯିଏ ଦିନରେ ଏକାଧିକ ମଣ୍ଡପରେ ଏମାନେ ସଂଗୀତ ପରିବେଷଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । କେବଳ ମେଲୋଡି ପାର୍ଟି ନୁହେଁ ବ୍ୟାଣ୍ଡ ପାର୍ଟି, ଲାଇଟ, ସାଉଣ୍ଡ, ଟେଣ୍ଟବ୍ୟବସାୟ ପୂରା ଠପ୍ ହୋଇ ପଡ଼ିଛି । ପାର୍ବଣ ଋତୁ ଏମାନଙ୍କ ପାଇଁ ବଡ଼ ବ୍ୟବସାୟର ମାଧ୍ୟମ ଥିଲା । କିନ୍ତୁ କରୋନା କାରଣରୁ ଏମାନେ ଏବେ ଦୁର୍ଦିନରେ ଦିନ କାଟୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା