Masthead

‘ଅଷ୍ଟମ ପିଲାଙ୍କୁ ଆସୁନି ଫେଡାଣ ହରଣ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ତଳକୁ ତଳ ଖସିବାରେ ଲାଗିଛି । ଗୁଣାତ୍ମକ ଶିକ୍ଷାର ବିପର୍ୟ୍ୟସ୍ତ ସ୍ଥିତି । ପିଲାଙ୍କୁ ଜଣାନାହିଁ ଫେଡାଣ ହରଣ । ତାଜୁବ କରିଦେଲା ବିଧାନସଭା ତଥ୍ୟ । ଅଷ୍ଟମ ଶ୍ରେଣୀ ପିଲାଙ୍କ ଶିକ୍ଷାମାନରେ ପାଇଛି ହ୍ରାସ । ୫ଟି ନାଁରେ ଗଲା ସରକାର ଶିକ୍ଷାର ମନବୃଦ୍ଧି କରୁଥିବା କହି ବୁଲୁଥିଲେ । କିନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଅଭିଭାବକଙ୍କ ବଢ଼ାଇଲା ଚିନ୍ତା । ନିଜେ ନିଜ ସରକାର ଗୁମର ଖୋଲିଦେଲେ ବିଜେଡି ବିଧାୟକ ।

ମନ୍ତ୍ରୀ ବି ଲଦିଦେଲେ ଦୋଷ । ୬୮.୫ ପ୍ରତିଶତ ପିଲା ଜାଣି ନାହାନ୍ତି ଫେଡାଣ ଏବଂ ୪୫.୮ ପ୍ରତିଶତ ପିଲା ଜାଣି ନାହାନ୍ତି ହରଣ । ଏହି ସଂଖ୍ୟାରେ ଲାଗୁନି ବ୍ରେକ । ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରି ବିଧାନସଭାରେ ବିଜେଡି ବିଧାୟକ ଚକ୍ରମଣି କହଁର କରିଛନ୍ତି ପ୍ରଶ୍ନ । କାହିଁକି ଏମିତି ସ୍ଥିତି ଉପୁଜିଛି । ସରକାର ଏଥି ପାଇଁ କଣ ପଦକ୍ଷେପ ନେଉଛନ୍ତି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘଟଣାକୁ ଗୁରୁତର ସହ ନିଆ ଯାଇଛି । ନିପୁଣ ଓଡ଼ିଶା ଯୋଜନା ପରିବର୍ତ୍ତନ ଆଣିବ କହିବା ସହ ପୂର୍ବ ସରକାରଙ୍କ ଉପରେ ଲାଗିଛନ୍ତି ଦୋଷ ।

ଯେଉଁ ପଦକ୍ଷପ ନେବା କଥା ନେଇନଥିଲେ । ଆମ ସରକାର କିନ୍ତୁ ସେଥିରେ ରୋକ ଲଗାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଧୀରେ ଧିରେ ପିଲାଙ୍କ ଉପସ୍ଥିତି ରହିବା ବଢ଼ିଛି । ପାଠ ପଢ଼ା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତଥ୍ୟକୁ ଦେଖିଲେ ଲାଗୁଛି ଗଲା ସମୟର ସରକାର ଗୁଣାତ୍ମକ ଶିକ୍ଷା ପାଇଁ କେତେ ଥିଲେ ଚିନ୍ତିତ । ୫ଟି କହି ବାହା ବାହା ନେଉଥିଲେ ବିଜେଡି ସରକାର କଣ ଫଳ ଏହା ଉଠିଲା ପ୍ରଶ୍ନ ? ରୁପାନ୍ତି କରଣ ନାଁରେ କରୁଥିଲେ ଗଲା ସରକାର କଣ ? ଯଦି ୨୦୧୪ ରେ ୬୩.୪ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ବେଳେ ୨୦୨୪ ରେ ୬୯.୫ ପ୍ରତିଶତ ପିଲା ଫେଡାଣ ଜାଣି ନଥିବା ରିପୋର୍ଟ ଆସିଛି । ୨୦୧୪ ରେ ୩୭.୯ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ ରେ ତାହା ବଢିକି ୪୫.୮ ପ୍ରତିଶତରେ ପହଁଚିଛି । ବିଭାଗର ପଦକ୍ଷେପ ଗୁଡିକ ଉପରେ ଉଠାଇଛି ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼