Masthead

ନବୀନଙ୍କ ଘରେ ପହଞ୍ଚିଗଲେ ମୋହନ, ବିଧାନସଭା ଅଧିବେଶନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲିଠୁ ଆରମ୍ଭ ହେବ ନୂଆ ସରକାରଙ୍କ ବିଧିବଦ୍ଧ ଭାବେ ପ୍ରଥମ ବିଧାନସଭା ଅଧିବେଶନ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ସରକାରଙ୍କ ବିଧାନସଭା ପ୍ରଦର୍ଶନକୁ ସାରା ରାଜ୍ୟ ଉତ୍ସୁକତାର ସହ ଚାହିଁ ବସିଛି । ବଜେଟ ଅଧିବେଶନରେ ମୋହନ ସରକାର ଆଗାମୀ ବର୍ଷକ ପାଇଁ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପିତ କରବେ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ଅର୍ଥବିଭାଗ ରଖିଥିବାରୁ ରାଜ୍ୟବାସୀଙ୍କୁ ସେ କ’ଣ ଉପହାର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଥର ଅଧିବେଶନ ବିଭିନ୍ନ ଦୃଷ୍ଟିକୋଣରୁ ଐତିହାସିକ ହେବ । ପ୍ରଥମ ଥର ପାଇଁ ଏକକ ଭାବରେ ବିଜେପିର ସରକାର ରହିଛି । ସେହିଭଳି ନିଜ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବେ ନବୀନ ପଟ୍ଟନାୟକ । ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜନୀତିକୁ ଆସିଥିବା ନବୀନ ଆସିକା ଉପନିର୍ବାଚନରେ ବିଜୟ ସହ ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ କେନ୍ଦ୍ର ମନ୍ତ୍ରୀ ହେବା ସହ ୨୪ବର୍ଷ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । କେବେ ହାରିନଥିବା ନବୀନଙ୍କ ବିଜୁ ଜନତା ଦଳ ଏଥର ପରାଜିତ ହୋଇଛି ।

ଏହାସହ ନିଜେ ନବୀନ ମଧ୍ୟ କଣ୍ଟାବାଞ୍ଜି ଆସନରୁ ବିଧାନସଭା ପ୍ରାର୍ଥୀ ଭାବେ ପରାସ୍ତ ହୋଇଛନ୍ତି । ତେବେ ପାରମ୍ପରିକ ଆସନ ହିଞ୍ଜିଳିକାଟୁରୁ ଜିତିବାରେ ସକ୍ଷମ ହୋଇଛନ୍ତି । ବିରୋଧୀ ଦଳ ନେତା ଭାବେ ତାଙ୍କର ପ୍ରଦର୍ଶନ କିଭଳି ରହିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ରହିଛି । ନବୀନ ସରକାର ସମୟରେ ବିରୋଧୀ ଦଳ ନେତାମାନଙ୍କୁ ଉଚିତ ସମ୍ମାନ ଦିଆଯାଉନଥିବା ଅଭିଯୋଗ ହେଉଥିଲା । ଏପରିକି ଗୃହ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଚାଲିପାରୁନଥିବା ଅଭିଯୋଗ ହେଉଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିନ୍ତୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚି ସର୍ବଦଳୀୟ ବୈଠକ ନିମନ୍ତେ ନିମନ୍ତ୍ରଣ କରିବା ଓ ଗୃହର ସୁପରିଚାଳନା ପାଇଁ ସହଯୋଗ ଲୋଡିବା ଏକ ଉଚ୍ଚକୋଟିର ପରମ୍ପରାକୁ ସୃଷ୍ଟି କରିଛି । ନିଜ ମୁଖ୍ୟମନ୍ତ୍ରୀତ୍ୱ ବେଳେ ବିରୋଧୀଦଳ ନେତାମାନଙ୍କୁ ସମ୍ମାନ ଦେଇନଥିବା ନବୀନ ଆଜି କିନ୍ତୁ ବିରୋଧୀଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ସମ୍ମାନ ପାଇଛନ୍ତି । ଯାହା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା