ନବୀନଙ୍କ ଘରେ ପହଞ୍ଚିଗଲେ ମୋହନ, ବିଧାନସଭା ଅଧିବେଶନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲିଠୁ ଆରମ୍ଭ ହେବ ନୂଆ ସରକାରଙ୍କ ବିଧିବଦ୍ଧ ଭାବେ ପ୍ରଥମ ବିଧାନସଭା ଅଧିବେଶନ । ମୁଖ୍ୟମନ୍ତ୍ରୀ ଭାବେ ମୋହନ ସରକାରଙ୍କ ବିଧାନସଭା ପ୍ରଦର୍ଶନକୁ ସାରା ରାଜ୍ୟ ଉତ୍ସୁକତାର ସହ ଚାହିଁ ବସିଛି । ବଜେଟ ଅଧିବେଶନରେ ମୋହନ ସରକାର ଆଗାମୀ ବର୍ଷକ ପାଇଁ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପିତ କରବେ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ଅର୍ଥବିଭାଗ ରଖିଥିବାରୁ ରାଜ୍ୟବାସୀଙ୍କୁ ସେ କ’ଣ ଉପହାର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଥର ଅଧିବେଶନ ବିଭିନ୍ନ ଦୃଷ୍ଟିକୋଣରୁ ଐତିହାସିକ ହେବ । ପ୍ରଥମ ଥର ପାଇଁ ଏକକ ଭାବରେ ବିଜେପିର ସରକାର ରହିଛି । ସେହିଭଳି ନିଜ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବେ ନବୀନ ପଟ୍ଟନାୟକ । ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ରାଜନୀତିକୁ ଆସିଥିବା ନବୀନ ଆସିକା ଉପନିର୍ବାଚନରେ ବିଜୟ ସହ ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ କେନ୍ଦ୍ର ମନ୍ତ୍ରୀ ହେବା ସହ ୨୪ବର୍ଷ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । କେବେ ହାରିନଥିବା ନବୀନଙ୍କ ବିଜୁ ଜନତା ଦଳ ଏଥର ପରାଜିତ ହୋଇଛି ।

ଏହାସହ ନିଜେ ନବୀନ ମଧ୍ୟ କଣ୍ଟାବାଞ୍ଜି ଆସନରୁ ବିଧାନସଭା ପ୍ରାର୍ଥୀ ଭାବେ ପରାସ୍ତ ହୋଇଛନ୍ତି । ତେବେ ପାରମ୍ପରିକ ଆସନ ହିଞ୍ଜିଳିକାଟୁରୁ ଜିତିବାରେ ସକ୍ଷମ ହୋଇଛନ୍ତି । ବିରୋଧୀ ଦଳ ନେତା ଭାବେ ତାଙ୍କର ପ୍ରଦର୍ଶନ କିଭଳି ରହିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ରହିଛି । ନବୀନ ସରକାର ସମୟରେ ବିରୋଧୀ ଦଳ ନେତାମାନଙ୍କୁ ଉଚିତ ସମ୍ମାନ ଦିଆଯାଉନଥିବା ଅଭିଯୋଗ ହେଉଥିଲା । ଏପରିକି ଗୃହ ମଧ୍ୟ ଶାନ୍ତି ଶୃଙ୍ଖଳାରେ ଚାଲିପାରୁନଥିବା ଅଭିଯୋଗ ହେଉଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିନ୍ତୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚି ସର୍ବଦଳୀୟ ବୈଠକ ନିମନ୍ତେ ନିମନ୍ତ୍ରଣ କରିବା ଓ ଗୃହର ସୁପରିଚାଳନା ପାଇଁ ସହଯୋଗ ଲୋଡିବା ଏକ ଉଚ୍ଚକୋଟିର ପରମ୍ପରାକୁ ସୃଷ୍ଟି କରିଛି । ନିଜ ମୁଖ୍ୟମନ୍ତ୍ରୀତ୍ୱ ବେଳେ ବିରୋଧୀଦଳ ନେତାମାନଙ୍କୁ ସମ୍ମାନ ଦେଇନଥିବା ନବୀନ ଆଜି କିନ୍ତୁ ବିରୋଧୀଦଳ ନେତା ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ସମ୍ମାନ ପାଇଛନ୍ତି । ଯାହା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ