Masthead

ଗୋଆ ଭଳି ହେବ ଓଡ଼ିଶା ସମୁଦ୍ରକୂଳ, ପର୍ଯ୍ୟଟକଙ୍କୁ ମଦ ଦେବ ଓଟିଡିସି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏଣିକି ରାଜ୍ୟର ସମୁଦ୍ରକୂଳରେ ମିଳିବ ମଦ । କେବଳ ସମୁଦ୍ରକୂଳ ନୁହେଁ ନଦୀ-ହ୍ରଦ କୂଳରେ ମଧ୍ୟ ମିଳିବ ମଦ । ଅସ୍ଥାୟୀ ଭାବରେ ମଦ ଲାଇସେନ୍ସ ଦିଆଯିବ । ଏ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ପୁରୀ ସମୁଦ୍ରକୂଳରେ ମଦ ମିଳିବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହାର ବିରୋଧ ହେବା ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହର କରାଯାଇଥିଲା । କିନ୍ତୁ ଏବେ ପୁଣି ଥରେ ସମୁଦ୍ରକୂଳରେ ମଦ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ରାଜ୍ୟର ପର୍ଯ୍ୟଟନସ୍ଥଳୀ ମାନଙ୍କରେ କରାଯାଉଥିବା ଇକୋ-ରିଟ୍ରିଟରେ ପୂର୍ବରୁ ମଦ ମିଳୁନଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତି ପରେ ଇକୋ ରିଟ୍ରିଟରେ ବି ମିଳିବ ମଦ । ଆସୁଥିବା ପର୍ଯ୍ୟଟକ ମାନଙ୍କୁ ମଦ ପରସା ଯିବ । ଏନେଇ ଓଟିଡିସିକୁ ଲାଇସେନ୍ସ ଦିଆଯିବ ତାହା ସହ ୫୦ ପ୍ରତିଶତ ଫି ଛାଡ଼ କରାଯିବ ।

ସମୁଦ୍ରକୂଳରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବିକ୍ରି କରାଯିବ ମଦ । ଏଭଳି ନିଷ୍ପତ୍ତି ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଯାଇଛି । ଅବକାରୀ ନୀତିର ଏହି ନୂଆ ନିୟମରେ ରାଜ୍ୟକୁ ଅଧିକ ରେଭିନୁ୍ୟ ଆସିବ । ଓଡ଼ିଶା ବାହାରେ ବା ଅନ୍ୟ ରାଜ୍ୟରେ ଯେପରି ବେଳାଭୂମି ମାନଙ୍କରେ ପର୍ଯ୍ୟଟକ ମାନେ ବସି ମଦ ପିଉଥିଲେ । ଏବେ ଓଡ଼ିଶାରେ ମଧ୍ୟ ସେହିଭଳି ହେବ । ଏଥିସହ ୨୦୨୩-୨୪ ନୂଆ ଅବକାରୀ ନୀତିରେ ଆହୁରି ମଧ୍ୟ ଅନେକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବନି । ରାଜ୍ୟରେ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ବିୟର ପାର୍ଲରେ ମଧ୍ୟ ୱାଇନ ମିଳିବ । ଏଣିକି ମଦ ଦୋକାନୀ ଆଉ ସରକାରୀ ଲେଖିପାରିବେ ନାହିଁ । ଦେବାଦେବୀ କି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ମଧ୍ୟ ବ୍ୟବହାର କରି ପାରିବେ ନାହିଁ ମଦ ଦୋକାନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ