Masthead

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ । ମନ୍ତ୍ରୀପଦ ଯିବାରୁ ରାଜନୀତି ଛାଡିଲେ ବାବୁଲ ସୁପ୍ରିୟୋ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ରାଜନୀତି ଛାଡିବା ନେଇ ଶନିବାର ଘୋଷଣା କରିଥିଲେ । ତେବେ ସେ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ । କିଛିଦିନ ତଳେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ଅଦଳବଦଳ ହେବା ଭିତରେ ବାବୁଲ ସୁପ୍ରିୟୋଙ୍କ ମନ୍ତ୍ରୀପଦ ଚାଲିଯାଇଥିଲା । ଏହି କାରଣରୁ ସେ ଏପରି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ସମାଜସେବା କରିବା ପାଇଁ ସେ ରାଜନୀତିରେ ପଶିଥିଲେ ।

ଗାୟକରୁ ରାଜନେତା ସାଜିଥିଲେ ସୁପ୍ରିୟୋ । ତେବେ ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସମାଜ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେଇଥିଲେ । ଏବେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ ରାଜନୀତିରେ ରହିବା ଆବଶ୍ୟକ ନୁହେଁ । ତେବେ ରାଜନୀତି ଛାଡିବା ନେଇ ବାବୁଲ ସୁପ୍ରିୟୋ କିଛି ନିର୍ଦ୍ଧିଷ୍ଟ କାରଣ କହିନାହାନ୍ତି ।

ସୂଚନା ଅନୁସାରେ,୨୦୧୪ ରେ ବିଜେପିରେ ଯୋଗଦେଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବାବୁଲ ସୁପ୍ରିୟୋ । ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଛାଡୁଥିବା ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ସେ ଲେଖିଛନ୍ତି ଯେ “ମୁଁ ସମସ୍ତଙ୍କୁ ଖୁସି କରିବାକୁ ରାଜନୀତିକୁ ଆସିନଥିଲି । ଏହା ମୋ ଦ୍ୱାରା ସମ୍ଭବ ନୁହେଁ କି ଏଭଳି କରିବାକୁ ମୁଁ କେବେ ଚେଷ୍ଟା କରିନାହିଁ । ଏହି କାରଣରୁ ମୁଁ ସମସ୍ତଙ୍କ ନିକଟରେ ଭଲ ହୋଇ ପାରିଲି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ