Masthead

ପ୍ରାକ୍‌ ବଜେଟ ବୈଠକରେ ଓଡ଼ିଶାର ଦାବି ରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯାଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପ୍ରାକ୍‌ ବଜେଟ୍‌ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଦାବି ରଖିବେ । ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜସ୍ଥାନର ଜୟସାଲମେରରେ ପ୍ରାକ୍‌ ବଜେଟ ପ୍ରସ୍ତୁତି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଭାଗନେବେ। ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧ ତାରିଖ ରାଜସ୍ଥାନରେ ରହିବାର କାର୍ଯ୍ୟକ୍ରମ ରହିଛି।

ତେବେ ୨୧, ୨୨ ଓ ୨୩ ତାରିଖରେ ଦିଲ୍ଲୀରେ ରହିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ ଜିଏସ୍‌ଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମୁଖ୍ୟମନ୍ତ୍ରୀ କେତେକ କେନ୍ଦ୍ରମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଆସିବାର କାର୍ୟ୍ୟକ୍ରମ ରହିଛି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ୨୧ରେ ରାଜସ୍ଥାନରେ ହେବାକୁ ଥିବା ଜିଏସ୍‌ଟି ପରିଷଦର ୫୫ତମ ବୈଠକରେ ଯୋଗ ଦେବେ । ଜାନୁଆରୀ ମାସରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ । ୫ଦିନିଆ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ୨୩ ତାରିଖ ଅପରାହ୍ଣରେ ଓଡ଼ିଶା ଫେରିବାର କାର୍ଯ୍ୟସୂଚୀ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ