Masthead

୬୦ କୋଟିର ମଦ ପିଇଗଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ବର୍ଷରେ ଓଡ଼ିଶା ପିଇଲା ମଦ । ଏମିତି ସେମିତି ନୁହେଁ ପାଖାପାଖି ୧୧ ଲକ୍ଷ ଲିଟର ପିଇଲା ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ଡିସେମ୍ବର ୩୧ । ନୂଆବର୍ଷକୁ ଜୋରଦାର ସ୍ୱାଗତ କରାଯିବ । ବିନା ମଦରେ ବି କେମିତି ହେବ । ୩୧ତାରିଖ ରବିବାର ସବୁ ଡିପୋ ବନ୍ଦ ରହିବାକୁ ଥିବାରୁ, ୩୦ରୁ ହିଁ ଏହି ବିପୁଳ ପରିମାଣର ମଦ କିଣିନେଇଥିଲେ ଲୋକେ । ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା । ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା । ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ।

ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା । ନୂଆବର୍ଷକୁ ଖାଲି ନାଚଗୀତ ମଉଜ-ମଜଲିସରେ ନୁହେଁ, ବରଂ ନିଶାରେ ନିଶାରେ ସ୍ୱାଗତ କରିଥିଲା ସାରା ରାଜ୍ୟ । ଦୈନିକ ହାରାହାରି ୨୦ କୋଟି ଟଙ୍କାର ମଦ ବିକ୍ରି କରୁଥିବା ଓଏସବିସି ର ବ୍ୟବସାୟ ଅଚାନକ ୩ ଗୁଣ ବଢ଼ିଯାଇଥିଲା। ନୂଆବର୍ଷ ବେଳେ ଓଡ଼ିଶାରେ ଦେଶୀଠୁ ବିଦେଶୀ ଓ ଆଇଏମଏଫଏଲ ବା ଭାରତରେ ତିଆରି ବିଦେଶୀ ମଦର ବିକ୍ରି ଅଧିକ ରହିଛି । ଡିସେମ୍ବର ୩୦ରେ ବିକ୍ରି ହୋଇଥିବା

୬୦ କୋଟି ୭୩ ଲକ୍ଷ ଟଙ୍କାର ମଦରୁ ୫୦ କୋଟି ୮୪ ଲକ୍ଷ ଟଙ୍କା କେବଳ ବିଦେଶୀ ଓ ଆଇଏମଏଫଏଲରୁ ଆସିଛି । ବିଅର୍ ୮ କୋଟି ୪ ଲକ୍ଷ ଟଙ୍କା ଓ ଦେଶୀମଦ ୧ କୋଟି ୮୩ ଲକ୍ଷ ଟଙ୍କାର ବିକ୍ରି ହୋଇଛି । ବିଦେଶୀ ମଦ ବିକ୍ରି କ୍ଷେତ୍ରରେ ରାଜଧାନୀକୁ ବି ପଛରେ ପକାଇ ଦେଇଛି କଟକ। ଭୁବନେଶ୍ୱରରେ ୬୩ ହଜାର ୮୯୮ ଲିଟର ଫରେନ୍ ଲିକର ବିକ୍ରି ହୋଇଥିବା ବେଳେ, କଟକିଆ ପିଇଛନ୍ତି ୬୮ ହଜାର ୫୯୧ ଲିଟର । ମଦ୍ୟପାନ କ୍ଷେତ୍ରରେ ଜାତୀୟ ହାରକୁ ଟପିଯାଇଛି ଓଡ଼ିଶାବାସୀଙ୍କ ମଦ ନିଶା ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ର ତଥ୍ୟ ଅନୁସାରେ ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧୮.୮ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି । ଓଡ଼ିଶାରେ କିନ୍ତୁ ଏହି ହାର ରହିଛି ୨୮.୮ ପ୍ରତିଶତ । ସେହିଭଳି ଜାତୀୟ ସ୍ତରରେ ମଦ୍ୟପାନ କରୁଥିବା ମହିଳାଙ୍କ ହାର ୧.୩ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ଏହି ହାର ୪.୩ ପ୍ରତିଶତ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଲୋକ ମଦ୍ୟପାନ କରୁଥିବା ଦେଖାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା