Before Header

ହାଇଟେକ ଘଟଣାରେ ୩ଜଣଙ୍କର ମୃତ୍ୟୁ, ଏଯାଏଁ ଆକ୍ସନ ନାହିଁ କାହିଁକି ?

0 443

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତ ୨୯ ତାରିଖରେ ହାଇଟେକ ହସ୍ପିଟାଲରେ ଗ୍ୟାସ ଟାଙ୍କି ଫାଟି ହୋଇଥିଲା ବଡ଼ ଧରଣର ବିସ୍ପୋରଣ । ଏହି ବିସ୍ପୋରଣରେ ୨ଜଣଙ୍କର ଜୀବନ ଯାଇଥିଲା । ଦୁଇ ଜଣଙ୍କ ମଧ୍ୟରେ ଜଣେ ଥିଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟ ।

ଦିଲ୍ଲୀପଙ୍କ ମୃତ୍ୟୁକୁ ସହିନପାରି ଦୁଇଦିନ ପରେ ଅର୍ଥାତ ନୂଆବର୍ଷ ଦିନ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ । ତେବେ ଏତେ ବଡ଼ ଅଘଟଣକୁ ୬ ଦିନ ପୁରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆକ୍ସନ ନିଆଯାଇନାହିଁ ।

ପ୍ରଶ୍ନ ଉଠୁଛି ହାଇଟେକ୍ ଆଇନରୁ ଉଦ୍ଧ୍ୱର୍ରେ କି? କ’ଣ ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀ ଆଇନର ଉଦ୍ଧ୍ୱର୍ରେ? ୩ ଜଣଙ୍କ ମୃତୁ୍ୟର ଉତ୍ତର ଦାୟୀ କିଏ? ଏତେ ବଡ଼ ଅଘଟଣ ସମସ୍ତେ ଚୁପ୍ ବସିଛନ୍ତି କାହିଁକି? ଗ୍ୟାସ ଟାଙ୍କି ବିସ୍ଫୋରଣ ପାଇଁ ହସ୍ପିଟାଲ କତ୍ତୃପକ୍ଷ ଦାୟୀ ନୁହେଁ କି? ୬ ଦିନ ପରେବି କାହା ବିରୋଧରେ ଆକ୍ସନ ହେଉନି କାହିଁକି? ମୃତକଙ୍କ ପରିବାକୁ କ୍ଷତିପୁରଣ ଦିଆଯିବା ଉଚିତ କି ନୁହେଁ?

Leave A Reply

Your email address will not be published.