Masthead

ଏସିଆନ୍ କମ୍ଵାର୍ଟ ଚାମ୍ପିୟନସିପର ରେସଲିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ

ପୁରୀ (ବଡ଼ ଖବର ବ୍ୟୁରୋ): ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ । ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ଵାର୍ଟ ଚାମ୍ପିୟନସିପର ରେସଲିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ଝିଅ ପିଙ୍କି ନାୟକଙ୍କୁ ଅଭିନନ୍ଦନ । ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଆୟୋଜିତ ସାଉଥ୍ ଏସିଆନ୍ କମ୍ଵାର୍ଟ ରେସଲିଂ ଚାମ୍ପିଅନ୍ସିପରେ ସ୍ଵର୍ଣ୍ଣ ପଦକ ଜିତି ଓଡ଼ିଶା ଓ ଭାରତ ପାଇଁ ଗର୍ବ ଆଣିଛନ୍ତି ପିଙ୍କି ନାୟକ । ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେରାଣ୍ଡିପୁର ଗୌଡ ସାହିର ବାବୁଲି ନାୟକ ଏବଂ ସୁଲୋଚନା ନାୟକଙ୍କ ଝିଅ ପିଙ୍କି ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର କ୍ରୀଡା ନୈପୁଣ୍ୟତା ପ୍ରତିପାଦିତ କରିଛନ୍ତି ।

ପିଙ୍କିଙ୍କର ସ୍ଵପ୍ନ ଥିଲାସେ ଦିନେ ଓଡ଼ିଶା ପାଇଁ ଖେଳିବେ ଏବଂ ଜାତୀୟ ସ୍ତରରେ ନିଜ ରାଜ୍ୟକୁ ପ୍ରତିନିଧିତ୍ଵ କରିବେ । ଏବେ ସେ ସ୍ଵପ୍ନ ସାକାର ହେବା ସହ ଆନ୍ତର୍ଜାତୀୟ ସ୍ତରରେ ସ୍ଵର୍ଣ୍ଣ ପଦକ ଜିତିବା ପରେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଅଲମ୍ପିକରେ ଦେଶକୁ ପ୍ରତିନିଧିତ୍ଵ କରିବା । ପିଙ୍କିଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ