Before Header

ମୋଦିଙ୍କ ହାତ ଧରିବେ କି ଶରଦ-ସୁପ୍ରିୟା!

0 42

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏକାଠି ହେବ ଏନସିପି-ବିଜେପି! ବଦଳିବ କି ଶରଦଙ୍କ ମନ? ବିରୋଧୀ ନୁହେଁ ବରଂ ହେବ ଗୋଟିଏ ଦଳ! ବିଜେପିର ଦାବି, ଦଳରେ ଯୋଗ ଦେବେ ଶରଦ ପାୱାର ଓ ସୁପ୍ରିୟା ସୁଲେ! ଜାତୀୟତାବାଦୀ କଂଗ୍ରେସ ପାର୍ଟି ବା ଏନସିପି ମୁଖ୍ୟ ଶରଦ ପାୱାର ଅଜିତ ପାୱାରଙ୍କୁ ତାଙ୍କ ନେତା ଭାବେ ନାମିତ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି କରିଛି । ଯାହା ପରେ ଶରଦଙ୍କ ଏପରି ବିବୃତ୍ତିକୁ ନେଇ ସରଗରମ ହୋଇପଡିଛି ମହାରାଷ୍ଟ୍ର ତଥା ଜାତୀୟ ରାଜନୀତି ।

ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଶରଦଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ କିଛି ଦିନ ମଧ୍ୟରେ ଶରଦ ପାୱାର ଓ ସୁପ୍ରିୟା ସୁଲେ ମଧ୍ୟ ମୋଦି ସରକାରଙ୍କୁ ସମର୍ଥନ କରିବେ । ରାତି ପାହିଲେ ରାଜନୀତି ପାଣିପାଗରେ କେତେ ଯେ ପରିବର୍ତ୍ତନ ହୁଏ, ଏକଥାର ଅନେକ ଉଦାହରଣ ସାମ୍ନାକୁ ଆସିଛି । ଅନ୍ୟପକ୍ଷେ ଅଜିତଙ୍କ ଦଳ ବଦଳ ନୀତି ପାଇଁ ଏନସିପି ଦୁଇ ଫାଳ ହୋଇଥିବା କଥା କାହାକୁ ଅଛପା ନାହିଁ । ତେବେ ଦଳରେ ବର୍ତ୍ତମାନ କ’ଣ ଚାଲିଛି ତାହାକୁ ନେଇ ବିଭିନ୍ନ ଅଙ୍କକଷା କରାଯାଉଥିବା ବେଳେ ବିଜେପି ନେତାଙ୍କ ଏଭଳି ବୟାନ ରାଜନୀତିକୁ ସରଗରମ କରିଦେଇଛି ।

ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନେକ ଯୋଜନା କାର୍ଯ୍ୟ କରାଯାଉଛି । ଗତ ୯ ବର୍ଷ ମଧ୍ୟରେ ଆମେ ନିଷ୍ପତି ନେବାକୁ ଯାଉଛୁ । କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକୁ ଦେଖି ଶରଦ ପାୱାର ଖୁବଶୀଘ୍ର ନିଜ ମତ ବଦଳାଇବେ । ଏବଂ ପରବର୍ତ୍ତୀ ସମୟରେ ଶରଦ ଓ ସୁପ୍ରିୟା ମୋଦି ସରକାରଙ୍କ ନେତୃତ୍ୱରେ ସହାୟତା କରିବେ ।” ଏପରି କହି ମତ ବାଢିଛନ୍ତି ଚନ୍ଦ୍ରଶେଖର ବାୱାନକୁଲେ । ସେପଟେ ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି, “ଶରଦ ଓ ସୁପ୍ରିୟା ଭବିଷ୍ୟତରେ କ୍ଷମତାରେ ନଜର ଆସିବେ । ଶରଦ ପାୱାର ଓ ସୁପ୍ରିୟା ସୁଲେଙ୍କର ଶୀଘ୍ର ମନ ପରିବର୍ତ୍ତନ ହେବ । ଆଜି ସେ ନା କହୁଛନ୍ତି କିନ୍ତୁ ଆଗାମୀ ଦିନରେ ସେ ଏଥିରେ ହଁ ଭରିବେ ।” ଯାହାକୁ ନେଇ ଶରଦ ପାୱାର ମଧ୍ୟ ମୁହଁ ଖୋଲିଛନ୍ତି ।

ସେ ପାଲଟା ପ୍ରଶ୍ନ କରିଛନ୍ତି ଯେ ଗୋଟିଏ ଦଳ କିପରି ବିଭାଜିତ ହୋଇଥାଏ? ଏହା ସେତେବେଳେ ହୋଇଥାଏ, ଯେତେବେଳେ କୌଣସି ଦଳ ଜାତୀୟ ସ୍ତରରେ ଏକ ବଡ଼ ଦଳରୁ ଦୂରେଇ ଯାଇଥାଏ । କିନ୍ତୁ ଏନସିପିରେ ଏଯାଲଁ ସେପରି ପରିସ୍ଥିତି ସୃଷ୍ଟି ହୋଇନାହିଁ । କିଛି ନେତା ଭିନ୍ନ ପଦକ୍ଷେପ ନେଇଛନ୍ତି କିନ୍ତୁ, ଏହାକୁ ଦଳ ବିଭାଜନର ଆଖ୍ୟା ଦିଆଯାଇ ପାରିବ ନାହିଁ । ଲୋକତନ୍ତ୍ରରେ ଏପରି କରିବା ସମ୍ଭବ ବୋଲି ସେ କହିଛନ୍ତି । ତେବେ ଆଗକୁ ଶରଦ ତାଙ୍କ ବନ ପରିବର୍ତ୍ତନ କରିବେ କି? ଏବଂ ଯଦି ପରିବର୍ତ୍ତନ କରିବେ ତାହେଲେ ମୋଦି ସରକାରରେ ଶରଦଙ୍କୁ ପାୱାର ମିଳିବ କି ନାହିଁ ତାହା ଦେଖିବା ବାକି ରହିଲା ।

 

Leave A Reply

Your email address will not be published.