Masthead

‘ଓଡ଼ିଶାରେ ଡବଲ ଇଞ୍ଜିନ ସରକାର’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନିକିଆ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ନବରଙ୍ଗପୁର, ବ୍ରହ୍ମପୁର ପରେ ବାରିପଦାରେ କାର୍ଯ୍ୟକ୍ରମ । ନବରଙ୍ଗପୁର ସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି ରାଜନୀତି । ଏହାସହ ଓଡ଼ିଶାରେ ଡବଲ ଇଞ୍ଜିନ ଦରକାର କହିବାକୁ ପଛେଇନାହାନ୍ତି ।

କହିଛନ୍ତି ଯେ ସାରା ଦେଶରେ ଡବଲ ଇଇଞ୍ଜିନ ସରକାରର ଅବଶ୍ୟକତା ଅଛି । ପ୍ରତ୍ୟେକ ଲୋକଙ୍କ ପାଖରେ କନେ୍ଦ୍ରର ବିକାଶ ପହଂଚିବା ଦରକାର । ନବରଙ୍ଗପୁର ସଭାରେ ୩୭୦ ଧାରା ଉଚ୍ଛେଦ, ତିନ୍ ତଲାକ୍, ପୁଲୱାମା ଘଟଣା କଥାକୁ ମନେପକାଇଛନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ କଂଗ୍ରେସ ସରକାରରେ ରହିବା ପରେ ମଧ୍ୟ ଦେଶବାସୀଙ୍କୁ ଧୋକା ଦେଇଥିବା କହିଛନ୍ତି ରାଜନାଥ । ଓଡ଼ିଶା ସହ ମୋଦି ସରକାର ଭେଦଭାବ କରିନାହିଁ । ଏଠାରେ ମେଡିକାଲ ଓ ଇଞ୍ଜିନିୟରିଂ କଲେଜ ବଢିଛି । ଜନତାଙ୍କ ସେବା ପ୍ରଧାନମନ୍ତ୍ରୀଙ୍କ ଏକମାତ୍ର ଉଦେ୍ଦଶ୍ୟ କହିଛନ୍ତି ରାଜନାଥ ।

ନବରଙ୍ଗପୁର ପରେ ବ୍ରହ୍ମପୁରରେ ମଧ୍ୟ ରାଜନାଥ ଉଠାଇଛନ୍ତି ଡବଲ ଇଞ୍ଜିନ ସରକାର । ବ୍ରହ୍ମପୁର ଆମ୍ବପୁଆରେ ହୋଇଥବବା ସଂକଳ୍ପ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ରାଜନାଥ । କହିଛନ୍ତି ଯେ ୨୦୧୪ ଓ ୨୦୧୯ ଠାରୁ କର୍ମୀଙ୍କ ମନରେ ଉତ୍ସାହ ବଢିଛି । ଏଥର ଆମ ସରକାର ବିକାଶକୁ ପ୍ରାଥେୟ କରି ୪ଶହରୁ ଅଧିକ ସିଟ୍ ପାଇବ । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବାକୁ ଆହ୍ୱାନ ଦେଇଛନ୍ତି ରାଜନାଥ । ଜି-୨୦ରେ କୋଣାର୍କ ଚକ୍ରକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଲେ । ଆମ ସରକାର ଡରିକି ନୁହେଁ ହିମ୍ମତ ସହ କାମ କରେ କହିଛନ୍ତି ରାଜନାଥ ସିଂ । ମୋର ବିଶ୍ୱାସ ଏଠାରେ ଡବଲ ଇଞ୍ଜିନ ସରକାର ନିଶ୍ଚୟ ହେବ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ନବରଙ୍ଗପୁର, ବ୍ରହ୍ମପୁର ପରେ ବାରିପଦାରେ ପହଂଚି ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି ରାଜନାଥ । ଏହି ତିନି ସଭାରେ ହଜାର ହଜାର ସଂଖାରେ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ରାଜ୍ୟ ବିଜେପି ସଭାପତି ସମେତ ବିଧାୟକ, ସାଂସଦ ଉପସ୍ଥିତ ରହି କର୍ମୀଙ୍କ ବଢାଇଥିଲେ ମନୋବଳ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା