ଆଜି ଅପରାହ୍ନରେ ବସିବ ରତ୍ନଭଣ୍ଡାର କମିଟି ବୈଠକ

ପୁରୀ(ବଡ଼ ଖବର ବ୍ୟୁରୋ): ଆଜି ଅପରାହ୍ନରେ ବସିବ ରତ୍ନଭଣ୍ଡାର କମିଟି ବୈଠକ । ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରତ୍ନଭଣ୍ଡାର ଅନୁଧ୍ୟାନ ସମ୍ପର୍କରେ କରିବେ ଆଲୋଚନା । ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ସ୍ୱତନ୍ତ୍ର କମିଟି ସହ ବୈଠକ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏକ ୧୨ ଜଣିଆ କମିଟି ଗଠନ କରାଯାଇଛି । କମିଟି ଗଠନ ପରେ ଜଷ୍ଟିସ ଅରିଜିତ ପଶାୟତ ଆଜି ସକାଳେ ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଏହି ଅବସରରେ ସେ ରତ୍ନଭଣ୍ଡାର କମିଟି ସହ ରତ୍ନଭଣ୍ଡାର ଅନୁଧ୍ୟାନ ସଂପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି । ଦୀର୍ଘ ୪୬ ବର୍ଷ ପରେ ଦୁର୍ମୂଲ୍ୟ ସୁନା ଅଳଙ୍କାର ଗଣତିମଣତି ପାଇଁ ସରକାରଙ୍କ ଚେତା ପଶିଛି। ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନ ଅଳଙ୍କାର ଗଣତିମଣତି ହୋଇଥିବା ବେଳେ ଶେଷରେ ହାଇକୋର୍ଟଙ୍କ ଛାଟରେ ଚେପା ହୋଇଛନ୍ତି ରାଜ୍ୟ ସରକାର।

ଗତବର୍ଷ ଅଗଷ୍ଟ ମାସରେ ହୋଇଥିବା ପରିଚାଳନା କମିଟିର ନିଷ୍ପତ୍ତିକୁ କାର୍ୟ୍ୟକାରୀ କରିବାକୁ ସରକାରଙ୍କୁ ଆଠମାସ ସମୟ ଲାଗିଥିବା ବେଳେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ତଦାରଖ କମିଟି ଗଠନ ହୋଇଛି।ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ। ସେଥିପାଇଁ ଆଜି ତଦାରଖ କମିଟିର ଅଧକ୍ଷ ଅରିଜିତ୍ ପଶାୟତ ଦିନ ୧୧ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦିନ ୨ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିର ତିନିଜଣ ସଦସ୍ୟ । ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡାକ୍ତର ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଟାଣ୍ଟ ଏ.କେ, ଗଜପତି ମହାରାଜାଙ୍କ ପ୍ରତିନିଧି, ଏସଆଇ ଅଧିକାରୀ,  ଭଣ୍ଡାର ମେକାପ ଶ୍ରୀଯୁକ୍ତ ଗଣେଶ ମେକାପ । ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିରେ ସ୍ଥାନ ପାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ