Masthead

ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବା ଉଦ୍ୟମକୁ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ବିରୋଧ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଐହିତ୍ୟ, ସଂସ୍କୃତି, ପରମ୍ପପରା ଓ ଅସ୍ମିତାର ପ୍ରତୀକ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଯେଉଁ ଉଦ୍ୟମ କରାଯାଇଛି । ତାକୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଭୈରବ ମହାନ୍ତିଙ୍କ ଠାରୁ ଆରମ୍ଭକରି ବିଜୁ ପଟ୍ଟନାୟକ, ଡକ୍ଟର ହରେକୃଷ୍ଣ ମହତାବଙ୍କ ଭଳି ରାଜନୈତିକ ନେତା ଓ କଟକ ବାରବାଟୀ ପ୍ରେମୀଙ୍କ ଉଦ୍ୟମ ଫଳରେ ଏହି ଷ୍ଟାଡିୟମ ପ୍ରତିଷ୍ଠା କରାଯାଇଥିଲା ।

 

ବାରବାଟୀ ଷ୍ଟାଡିୟମ ଓଡ଼ିଶାର ଏକ ଐତିହାସିକ ସ୍ଥଳ । ଓଡିଶା କ୍ରିକେଟ ଆସୋସିଏସନ୍ ସହିତ ଆଲୋଚନା କରି ଷ୍ଟାଡିୟମକୁ ଭାଙ୍ଗିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରାଯାଇଛି ତାକୁ ରାଜ୍ୟର ସମସ୍ତ ଓଡ଼ିଆ ପ୍ରେମୀ ବିରୋଧ କରିବା ପାଇଁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ ଆବାହକ ବରିଷ୍ଠ ଆଇନଜୀବୀ ଶ୍ରୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଷ୍ଟାଡିୟମ୍ର ବନୀକରଣକୁ ସଂଗଠନ ବିରୋଧ କରୁନାହିଁ । ମାତ୍ର ଐତିହ ସଂପନ୍ନ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗିବାକୁ ଆମେ ବିରୋଧ କରୁଛୁ ।

 

ବାରବାଟୀ ଷ୍ଟାଡିୟମ୍କୁ ନ ଭାଙ୍ଗି ଅନ୍ୟ ଜାଗାରେ ଷ୍ଟାଡିୟମ କରିବା ପାଇଁ ସଂଗଠନ ପକ୍ଷରୁ ଦାବୀ କରାଯାଇଛି । ଓଡ଼ିଶା ଅଲମ୍ପିକ୍ ଆସୋସିଏସନ୍ର ଅଂଶ ବିଶେଷ ହେଉଛି ଓଡ଼ିଶା କି୍ରକେଟ୍ ଆସୋସିଏସନ୍ । ଓଡ଼ିଶା ଅଲମ୍ପିକ୍ ଅସୋସିଏନର କର୍ମକର୍ତ୍ତାମାନଙ୍କ ମତାମତକୁ ଗ୍ରହଣ ନ କରିବା ଦ୍ୱାରା ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆବାହାକ ଶ୍ରୀ ନନ୍ଦ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା