Masthead

ପକ୍ଷଛେଦନ ପଛରେ କି ପାଣ୍ଡିଆନ ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ରଣନୀତିରେ ବିଜେଡି । ପୂର୍ବ ନେତାଙ୍କୁ ନାହିଁ ସୁପ୍ରିମୋଙ୍କ ଭରଷା । ପଡୁଛି ଜଣଙ୍କ ପରେ ଜଣେ ବଡ ନେତାଙ୍କ ୱିକେଟ୍ । ନବୀନ ନେଇଛନ୍ତି କି ବଜ୍ର ଶପଥ । ଯିଏ ତାଙ୍କୁ କଲା ପରାଜିତ ତାକୁ ଦେବେ ନାହିଁ କ୍ଷମା । ଏହା ନବୀନଙ୍କ ନିସ୍ପର୍ତ୍ତି ନାଁ ଅଣ ଓଡ଼ିଆ ଭୈରବ ପାଣ୍ଡିଆନଙ୍କ ଚାଲ । ୨୦୨୪ ଇଲେକ୍ସନରେ ଦଳ ସତ୍ତାରୁ ଯିବା ପରେ ସଂଗଠନକୁ ଭାଙ୍ଗିଦେଲେ ସୁପ୍ରିମୋ । ନୂଆ କମିଟି ଗଠନ କରିବାରେ ଲାଗିଛନ୍ତି ନବୀନ । ଦଳରେ ଦିନେ ଥିବା ଦୁଇ ପାୱାର ଫୁଲ ନେତାଙ୍କର ବତ୍ତାମାନ ସୁଦ୍ଧା କମିଟିରେ ନାହିଁ ସ୍ଥାନ । ଯାହାକୁ ନେଇ ଏବେ ନା ନା କଳ୍ପନା ଜଳ୍ପନା ହେବାରେ ଲାଗିଲେଣି । ପ୍ରଣବ ପ୍ରକାଶ ଦାସ ଏବଂ ମାନସ ମଙ୍ଗରାଜ ଦିନେ ବିଜେଡି ପରିଚାଳନାରେ ରଖୁଥିଲେ ହାତ । କନ୍ତୁ ଆଉ ଏବେ ନାହିଁ ଦେଖା । ଦଳ କଣ ଠେଷା କରିରଖିଲା ପରି ହେଉଛି ବାରି ।

ଦଳରେ ବବିଙ୍କ ପତିଆରା ପାଇଁ ୨୦୨୪ ନିର୍ବାଚନରେ ଘରକୁ ନେଇ ଗଲେ ଦୁଇଟି ଦୁଇଟି ଟିକେଟ୍ । ମା ଓ ପୁଅ ମଇଦାନକୁ ଲଢିବା ପାଇଁ ମାରିଲେ ଲମ୍ଫ । ୨୦୨୪ରେ ସମ୍ବଲପୁର ଲୋକସଭା ଆସନରୁ ଠିଆ ହୋଇ ମାରିଲେ ଫେଲ୍ । ଚାଖିଲେ ପରାଜିତର ସ୍ୱାଦ । କେବଳ ସେ ନୁହନ୍ତି ତାଙ୍କ ମା ମଧ୍ୟ ବିଧାୟକ ଭାବେ ବି ଲଢି ଚାଖିପାରିଲେନି ବିଜୟର ସ୍ୱାଦ । ତାଙ୍କୁ ବି ପୁଅ ପରି ପରାଜୟ ବରଣ କରିବାକୁ ପଡିଲା । ଦୁହେଁ ନାଁ ଏ କୂଳର ହେଲେ ନାଁ ସେ କୂଳର ହେଲେ । ଅନ୍ୟ ବାବୁ ମାନସ ସାମ୍ବାଦିକତା ଛାଡି ଶଙ୍ଖରେ ସାମିଲ ହୋଇ ରାଜ୍ୟସଭାକୁ ଗଲେ । ଦଳରେ ଆରମ୍ଭ କରିଦେଲେ ନିଜର ପତିଆରା ଜାହିର କିନ୍ତୁ ଏବେ ମଙ୍ଗରାଜ ବାବୁଙ୍କର ନାହିଁ ଖୋଜ ଖବର । ନବୀନ ଏହାରି ଭିତରେ ଚାରି ଚାରି ଟା କମିଟି ଗଠନ କରିଥିଲେ ସୁଦ୍ଧା ଏମାନଙ୍କୁ ନ ସାମିଲ କରିବା ପଛର କଣ ରହିଛି ଉଦେଶ୍ୟ । ନାଁ ପ୍ୟାରୀଙ୍କୁ ଆଉଟ୍ କଲା ପରି ଏଭଳି ଗୋଟିଏ ପରେ ଗୋଟିଏ ନେତାଙ୍କ ପକ୍ଷ ଛେଦନ ପାଇଁ ରୋଡମ୍ୟାପ ବନାଉଛନ୍ତି ଅଣ ଓଡିଆ ସନ୍ୟାାସୀ ନେତା ପାଣ୍ଡିଆନ ବୋଲି ଏବେ ଚାରିଆଡେ ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା