Masthead

ମୋହନ ସରକାରଙ୍କୁ ନବୀନଙ୍କ କେତେ ମାର୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୋହନଙ୍କ ଶହେ ଦିନର ସରକାର । କେତେ ସଫଳ କେତେ ବିଫଳ? ଏହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ପ୍ରତିଶ୍ରୁତି ପାଳନ ଦିଗରେ କାର୍ଯ୍ୟ କରିଚାଲିଛି ବିଜେପି । ହେଲେ ଏହାରି ଭିତରେ ନୂଆ ସରକାରଙ୍କୁ ନେଇ ନବୀନ ରଖିଛନ୍ତି ମତ । ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାର ଆୟୋଜିତ ସାହିତ୍ୟ ଉତ୍ସବ ଅ’ରେ ମତ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜାନା ଆଣି ମହିଳାଙ୍କ ଆସ୍ଥା ବିଶ୍ୱାସ ଭାଜନ ହୋଇଥିବା ବେଳେ ରତ୍ନଭଣ୍ଡାର ଖୋଲିବା, ଚାରିଦ୍ୱାର ଫିଟାଇବା, ଧାନ କ୍ୱିଂଟାଲ ୩୧ ଶହ ଭଳି ଅନେକ ପଦକ୍ଷେପ ଏବେ ଚଚ୍ଚାର ବିଷୟ ପାଲଟିଛି ।

ହେଲେ ନବୀନ କହିଛନ୍ତି ଯେ ସରକାର ଏଠି ବିଫଳ । କିଛି ଠିକ୍ ଠାକ୍ ଚାଲିନାହିଁ । ଏ ସରକାରଙ୍କୁ ଏବେ ମାର୍କ ଦେଇହେବ ନାହିଁ । ସେପଟେ ୱାନ ନେସନ, ୱାନ ଇଲେକ୍ସନଙ୍କୁ ନେଇ ମଧ୍ୟ ନିଜ ପକ୍ଷ ରଖିଛନ୍ତି । ସେତେବେଳେ ମୋଦିଙ୍କୁ ସମର୍ଥନ ଦେଇଥିବା ନବୀନ ଏବେ ପରାଜିତ ହେବା ପରେ କହିଛନ୍ତି ଯେ ଏହାର ଚୂଡ଼ାନ୍ତ ରୂପରେଖ ଜାଣିବା ପରେ ଆମେ ନିଷ୍ପତ୍ତି ନେବୁ । ବରିଷ୍ଠ ପତ୍ରକାର ପ୍ରଭୁ ଚାୱାଲାଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଥିଲେ ନବୀନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ