Masthead

ଭାଙ୍ଗିଯିବ କି ବିଜେଡି? ଶଙ୍ଖ ଭବନରେ ଡ୍ରାମା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ଭୟ ଗୋଷ୍ଠୀକନ୍ଦଳ । ଦଳ ପାଖରେ ଆଉ ନାହିଁ କି ବଳ? ଶଙ୍ଖ ଭବନରେ ହାଇଡ୍ରାମା । ଜୁନିୟର ଦେଲେଣି ସିନିୟରଙ୍କୁ ଚକ୍ମା । ଶଙ୍ଖ ଭବନରେ ଚାଲେ ବିଜେଡିର ମାନସମନ୍ଥନ । ରଣନୀତି ପ୍ରସ୍ତୁତ କରେ ଦଳ । ହେଲେ ଏଠାରୁ ଯେଉଁ ଚିତ୍ର ଆସିଛି ତାହା ଦର୍ଶାଉଛି ଯେ ପାର୍ଟି ଭିତରେ ଆଉ ବୋଧେ ଏକତା ନାହିଁ । ବରିଷ୍ଠ ମାନଙ୍କୁ କନିଷ୍ଠମାନେ ଆଉ ଭୟ କରୁନାହନ୍ତି । ୨୪ ବର୍ଷ ବିଜେଡି କ୍ଷମତାରେ ରହିବା ପରେ ପ୍ରଥମ ଥର ପରାଜିତ ହୋଇଛି । ହେଲେ ଦଳ ହାରିବା ପରେ ଏବେ ଜଳ ଜଳ ଦେଖାଯାଉଛି ଯେ ଦଳୀୟଶଙ୍ଖଳା ଆଉ ନାହିଁ । ବିଜେଡି ନିଷ୍ପତ୍ତି ନେଇଥିଲା ୨୪ ତାରିଖରେ ରାଜ୍ୟ ସରକାରଙ୍କୁ ଭରତପୁରରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନ ଘଟଣାରେ ଭୁବନେଶ୍ୱର ଘେରିବ ।

ଏନେଇ ଶଙ୍ଖ ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେବୀ ମିଶ୍ର, ଅରୁଣ ସାହୁ, ଅଶୋକ ପଣ୍ଡା, ସୁଶାନ୍ତ ରାଉତ ଭଳି ନେତାଙ୍କ ସହ କର୍ପୋରେଟର ମାନେ ଉପସ୍ଥିତ ଥିଲେ । ରଣନୀତି ଚାଲିଥିବା ବେଳେ ବିଳମ୍ବରେ ଆସିଥିଲେ କର୍ପୋରେଟର ଅମରେଶ ଜେନା ଓ ବିରଂଚି ନାରାୟଣ ମହାସୁପକାର । ଦୁଇ ଜଣଙ୍କୁ ଦେଖି କିଛି ନେତା ବୈଠକରୁ ଉଠି ଚାଲିଆସିଥିଲେ । ଦେବୀ ଓ ଅରୁଣ ସେମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ । ସେମାନଙ୍କ କହିବାର ଅର୍ଥ, ପାର୍ଟି ଫୋରମ ବାହାରକୁ ଯାଇ ଅମରେଶ ଓ ବିରଂଚି କାମ କରିଛନ୍ତି । ଦଳ ମନା କରିବା ପରେ ମଧ୍ୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି । ବିରୋଧୀ ବିଧାୟକଙ୍କୁ ଫୁଲତୋଡ଼ା ଦେଇଛନ୍ତି । ଯାହା ଦଳ ବିରୋଧୀ କାର୍ଯ୍ୟ । ଏଭଳି କହି ଉଠି ଆସିଥିଲେ । ଯାହା ଫଳରେ ଶଙ୍ଖ ଭବନରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ସମୟ ଶଙ୍ଖ ଭବନରେ ଏଭଳି କିଛି ଚାଲିଲା ଯେମିତି ଲାଗିଲା ଦଳରେ ଆଉ ନିୟମକାନୁନ ହିଁ ନାହିଁ ।

ଅରୁଣ କିଛି ନେତାଙ୍କୁ ଭିତରକୁ ଡାକି ଆଣିଲେ ସତ ହେଲେ ଅମରେଶ ଓ ବିରଂଚିଙ୍କ ସମର୍ଥକମାନେ ସେ ସ୍ଥାନ ଛାଡ଼ି ଚାଲିଗଲେ । ଏଇଠୁ ପ୍ରମାଣିତ ହେଉଛି ଯେ ପାର୍ଟିରେ ଆଉ କିଛି ଠିକ୍ ଚାଲିନାହିଁ । ଏଭଳି ଦୃଶ୍ୟ ଶଙ୍ଖ ଭବନରେ ଆସିବାର କାରଣ କ’ଣ ହୋଇପାରେ । କ୍ଷମତାରେ ଥିବା ସମୟରେ ଶଙ୍ଖ ଭବନରେ କେହି ପାର୍ଟି ଫିଟାଇ ପାରୁନଥିଲେ । ସମସ୍ତେ ଆସୁଥିଲେ ଯାଉଥିଲେ । ହେଲେ ଦଳ ହାରିବା ପରେ ଲାଗୁଛି ଯେମିତି ଆଉ ଏକତା ହିଁ ନାହିଁ । ଏଥିରୁ ପ୍ରମାଣିତ ହେଉଛି ଯେ ଯିଏ ଯାହା ରାସ୍ତାରେ ଚାଲିଛି । ଯଦି ଏଭଳି ଚାଲେ ତା’ ହେଲେ ଆଗମୀ ଦିନରେ ବିଜେଡ଼ି କ୍ଷତି ସହିବ ଏଥିରେ ଦ୍ୱିମତ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ