Masthead

‘ଦଳ ଥାଉ, ଶତ୍ରୁ ବଂଚିରହୁ’ ନବୀନଙ୍କୁ କହିଲେ ଏମିତି…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୟଙ୍କ ବାଣରେ ଘାଇଲା ବିଜେଡି । ତାସôଲ୍ୟ କରି ଦେଲେ ଚୁନୌତୀ । ଜୟଙ୍କ ବୟାନ ଲଗାଇଲା ଶଙ୍ଖ ଭବନରେ ନିଆଁ । ବିଜେପିର ବରିଷ୍ଟ ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟାକୁ ନେଇ ବିଜେଡିରେ ହଲଚଲ । ବିଜେଡିରେ ରହିବେନି ଗୋଟିଏ ବି ଲୋକ । ବିଜେପିକୁ ବି ନବୀନ ପଳାଇ ଆସିବେ । ବିଜେଡିକୁ ଶୂନ କରିବା ଆମର ଲକ୍ଷ୍ୟ ନୁହେଁ । ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ । ଯଦି ଆସିବାକୁ ଚାହିଁବେ, ତେବେ ସ୍ୱାଗତ । ବିଜେପିର ଗୋଟିଏ ହୁଇସିଲରେ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । ଦଳ ଥାଉ, ଶତ୍ରୁ ବି ବଚିଂରୁହନ୍ତୁ, ଅପମାନିତ ହୁଅନ୍ତୁ କହିଛନ୍ତି ଫାୟାରବ୍ରାଣ୍ଡ ଲିଡର ଜୟନାରାୟଣ ମିଶ୍ର । ଆଜି ନୁହେଁ ଜୟନାରାୟଣ ଦେଇ ଆସୁଥିବା ଗୋଟେ ଗୋଟେ ଟିପଣୀ ବିଜେପିକୁ ଦେଇଛି ବଳ ।

୨୦୨୪ ନିର୍ବାଚନରେ ଯାହା ପ୍ରତିଫଳନ ହୋଇଛି । ବିରୋଧୀ ଦଳ ନେତା ଠାରୁ ଆଜି ପର୍ଯ୍ୟନ୍ତ । ସବୁବେଳେ ଜୟଙ୍କ ନିଶାନାରେ ରହିଆସିଛନ୍ତି ନବୀନ ଓ ପାଣ୍ଡିଆନ । ଏହି ଯୋଡ଼ି ରହିଲେ ବିଜେଡିରେ ଆଉ କେହି ରହିବେ ନାହିଁ କହିବା ପରେ ଶଙ୍ଖ ଶିବିରରେ ଏବେ ଟେନ୍ସନ୍ । କାହିଁକି ନାଁ ଏଠି କିଛି ବି ହୋଇପାରେ ସମ୍ଭବ । ଯେହେତୁ କିଛି ଦିନର ରାଜନୀତି ସମୀକରଣ ଜୟଙ୍କ ବୟାନ ସହ ଖାଉଛି ଖାପ । ବିଜେପି ସରକାରକୁ ଆସିଥବା ସତ୍ୱେ ପଦପଦବୀରେ ନାହାନ୍ତି ଜୟ । ହେଲେ ସବୁବେଳେ ଆଗଧାଡିରେ ରହି ଦଳ ପାଇଁ ରଖିଆସୁଥିବା ଟିକାଟିପଣୀ ବେଶ ପ୍ରଭାବଶାଳୀ ମନେହେଉଛି । ସଂଶୟରେ ବିଜେଡିର ଭାଗ୍ୟ ଭବିଷ୍ୟତ । ରହିବ ନା ଫାଟିବ ଶଙ୍ଖ । ଗୋଟେ ପରେ ଗୋଟେ ନେତା ଦଳ ତ୍ୟାଗ କରୁଛନ୍ତି । ନବୀନଙ୍କୁ ବି ଆଉ ଖାତିର ନ ରହିଲା ଭଳି ଆସିଲାଣି ଗନ୍ଧ । ଜୟଙ୍କ ଏହି ରାଜନୈତିକ ବୟାନ ଭବିଷ୍ୟତରେ ସତ୍ୟ ହେବ ନାହିଁ ତ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ