Masthead

ଖାଉଟି ସାମଗ୍ରୀ ମହଙ୍ଗାରେ ଓଡ଼ିଶା ନମ୍ବର ୱାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗତ ୬ ମାସ ଧରି ଓଡ଼ିଶାର ମୁଦ୍ରାସ୍ଫତୀ ହାର ସୁବଠୁ ଆଗରେ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । କେନ୍ଦ୍ରର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜାତୀୟ ଗଣମାଧ୍ୟମରେ ପୁଣି ଥରେ ଓଡ଼ିଶା ଚର୍ଚ୍ଚାକୁ ଆସିଛି । ଦେଶର ବଡ଼ ରାଜ୍ୟଗୁଡ଼ିକର ମାସିକିଆ ମୁଦ୍ରାସ୍ଫୀତି ବା ସାମଗ୍ରୀ ମହଙ୍ଗା ହାରକୁ ତୁଳନା କଲେ, ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ସବୁଠାରୁ ଉପରେ ରହିଥିବା ନେଇ ରିପୋର୍ଟରେ କୁହାଯାଇଛି। ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ମାର୍ଚ୍ଚ ମାସ ସର୍ଭେରେ ସର୍ବାଧିକ ୭.୦୫ ପ୍ରତିଶତ ରହିଥିବାବେଳେ, ଦିଲ୍ଲୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ମାତ୍ର ୨.୩ ପ୍ରତିଶତ ରହିଛି।

ଏସବୁ ଭିତରେ ପନିପରିବା, ଡାଲି, ଚିନି, ଅଣ୍ଡା ଓ ମସଲା ଆଦି ଖାଦ୍ୟ ସାମଗ୍ରୀର ଦର ଅଧିକ ରହୁଥିବା ଦେଖାଯାଉଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଗତ ୬ ମାସର ମାସିକ ଖୁଚୁରା ରିପୋର୍ଟ ଦେଖିଲେ, ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବା ସାମଗ୍ରୀଗୁଡ଼ିକ ମହଙ୍ଗା ରହିବାର ଧାରା ସବୁବେଳେ ୧ ନମ୍ବର ରହୁଛି। ଏହି ସର୍ଭେ ପାଇଁ ଦେଶର ପ୍ରାୟ ୨ ହଜାରରୁ ଅଧିକ ସହର ବଜାର ଓ ଗାଁରୁ ତଥ୍ୟ ସଂଗ୍ରହ କରଯାଇଥିଲା । ଯେଉଁଥିରୁ ଜଣାପଡ଼ିଥିଲା ଅଧିକାଂଶ ଖାଉଟି ସାମଗ୍ରୀ ଦର ଓଡ଼ିଶାରେ ଖୁବ୍‌ ଅଧିକ । ଆଉ ଏହାର ମୁଖ୍ୟ କାରଣ ହେଉଛି, ଓଡ଼ିଶା ପ୍ରତ୍ୟେକ ଜିନିଷ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ