Masthead

ଶୀତରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଶୀତରେ ଥରୁଛି ସାରା ଓଡିଶା। ସକାଳେ ଶାଢେ 5 ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 14.2 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି। ଗତକାଲି ଭୁବନେଶ୍ବରରେ ତାପମାତ୍ରା 14.8 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଏହା ସାମାନ୍ୟ ଖସିଛି। ସାରା ଓଡିଶା ସମେତ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଶୀତର ଲହରି ଜାରି ରହିଛି। ଦିନକୁ ଦିନ ତଳମୁହାଁ ହେଉଛି ପାରଦ। 3 ଦିନରେ 1.2 ଡିଗ୍ରୀ ସେଲସିଅସ ତାପମାତ୍ରା ଖସିଥିବା କୁହାଯାଉଛି। ଗତକାଲିର ରେକର୍ଡ ମୁତାବକ 10 ସହରର ତାପମାତ୍ରା 12 ଡିଗ୍ରୀ ତଳେ ରହିଥିଲା। ଆଉ ଆଜି ଏହା ଆହୁରୀ କମ ହୋଇଛି। ଆଗରୁ କୁହାଯାଇଥିଲା କି ବର୍ଷା କମିବା ପରେ ଶୀତ ତାର ପ୍ରକୋପ ଦେଖାଇବ। ଏବେ ଠିକ ସେହିପରି ହେଉଛି ପାରଦ ଖସୁଛି ଓ ଶୀତ ବଢିବାରେ ଲାଗିଛି।

ରାଜ୍ୟରେ ଆହୁରି କମିବ ଥଣ୍ଡା। ମଙ୍ଗଳବାର ଅନେକ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିଛି । ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିବା ସହ ସ୍ୱାଭାବିକ ତାପମାତ୍ରା ଅନୁଭୂତ ହେବ । ଭୁବନେଶ୍ୱର, ଖୋର୍ଦ୍ଧା, ଗୋପାଳପୁରରେ ୧୭ ଡିଗ୍ରୀ, ଛତ୍ରପୁର ଓ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ୱରରେ ରାତି ତାପମାତ୍ରା ୧୮ ଡିଗ୍ରୀ ରହିବ । ପୁରୀରେ ତାପମାତ୍ରା ୨୦ ଡିଗ୍ରୀ ରହିବା ସହ ଶୀତ ଅନେକାଂଶରେ କମିଯିବ । ଜି.ଉଦୟଗିରି ପୁଣି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୫.୬ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୮ ଡିଗ୍ରୀ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା