Masthead

ଭତ୍ତା ପାଇଁ ହନ୍ତସନ୍ତ ବୃଦ୍ଧା

ରାଇଘର (ବଡ଼ ଖବର ବ୍ୟୁରୋ): ବୟସର ଅପରାହ୍ନରେ ଅସହାୟ ବୃଦ୍ଧା। ଖୋଜୁଛନ୍ତି ସାହାରା । ବୟସ ପଖାପାଖି ୭୦ ହେବ । ଚାଲିବା ପାଇଁ ଶକ୍ତି ନାହିଁ । ଠିକରେ କଥା ବି କହିପାରୁ ନାହାନ୍ତି । ଶରୀରର ପଞ୍ଜରା ହାଡ଼ ବି ଗଣି ହେଇଯାଉଛି । ଏଭଳି ଅବସ୍ଥାରେ ସାହାରା ଦେବାକୁ କେହି ନାହିଁ । କାହାକୁ ଭରସା ନକରି ଗୋଟିଏ ଭଙ୍ଗା ଚୌକିକୁ ଭରସା କରି କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ବାଟ ଚାଲି ନିଜ ସମସ୍ୟାର ସମାଧାନ କରୁଛନ୍ତି । ବଞ୍ଚିବା ପାଇଁ ଚେଷ୍ଟା ଜାରୀ ରଖିଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ଗ୍ରାମର ବୃଦ୍ଧା ସୂର୍ଯ୍ୟ ହରିଜନ । ସୂର୍ଯ୍ୟ ଚାଲିବାକୁ ସକ୍ଷମ ନ ହେବାରୁ ପ୍ରାୟ ଦୁଇବର୍ଷ ହେବ ଏହି ଭଙ୍ଗା ଚୌକି ସାହାଯ୍ୟ ଚଲାବୁଲା କରୁଛନ୍ତି ।

ତାଙ୍କର ଜମିବାଡ଼ି ବୋଲି କିଛିନାହିଁ । ଅତି ଦୟନୀୟ ଅବସ୍ଥାରେ ଏକ କୁଡ଼ିଆରେ ଜୀବନ ବିତାଉଛନ୍ତି । ସୂର୍ଯ୍ୟଙ୍କ ଦୁଇପୁଅ ମଧ୍ୟରୁ ବଡ଼ପୁଅ ଦାଦନ ଖଟିବାକୁ ଯାଇଥିବାବେଳେ ସାନପୁଅ ଗାଁରେ ଗାଈ ଚରେଇ ପରିବାର ପ୍ରତିପୋଷଣ କରୁଛନ୍ତି । ସୂର୍ଯ୍ୟଙ୍କୁ ସରକାରଙ୍କ ପକ୍ଷରୁ ପେନସନ ୫୦୦ ଟଙ୍କା ମିଳୁଛି । ସିଧାସଳଖ ଭତ୍ତା ମିଳୁଥିଲା । ସେ ଟଙ୍କାରେ ପରିବାର ଚଳି ଯାଉଥିଲା। ବର୍ତ୍ତମାନ ସୂର୍ଯ୍ୟଙ୍କ ପେନସନ ଟଙ୍କା ଅନଲାଇନରେ ବ୍ୟାଙ୍କକୁ ଯିବା ପରେ ସୂର୍ଯ୍ୟଙ୍କ ଅସୁବିଧା ଆରମ୍ଭ ହେଲା ।

ବାମହାତ ବୃଦ୍ଧା ଆଙ୍ଗୁଳିର ପ୍ରିଣ୍ଟ ଠିକ୍ ମାସରେ ମେଳ ଖାଉ ନଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଭତ୍ତା ଟଙ୍କା ଦେଉ ନାହାନ୍ତି । ଫଳରେ ୪ ମାସରୁ ଅଧିକ ହେବ ବାର୍ଦ୍ଧକ୍ୟ ଭତ୍ତା ପାଇ ନାହାନ୍ତି ବୃଦ୍ଧା ସୂର୍ଯ୍ୟ । ଏବେ ସେ ଅତି ଦୁର୍ବିସହ ଜୀବନ କାଟୁଛନ୍ତି । ତେବେ ପେନସନ ପାଇଁ ଯାଇ ଦିନେ ରାସ୍ତାରେ ପଡ଼ି ଗୋଡ଼ ଭାଙ୍ଗି ଯିବାରୁ ଠିକରେ ଚାଲି ପାରୁନାହାନ୍ତି ସୂର୍ଯ୍ୟ । ତଥାପି ପେନସନ ପାଇଁ ଚୌକି ସହାୟତାରେ କିଲୋମିଟର କିଲୋମିଟର ବାଟ ଚାଲି ଚାଲି ଯାଉଛନ୍ତି ।

ବାଣୁଆଗୁଡା ସରପଞ୍ଚ ଲଷ୍ମୀ ପୂଜାରୀ କହିଛନ୍ତି ଏଭଳି ଅସହାୟଙ୍କ ତାଲିକା କରି ସେମାନଙ୍କୁ ହାତାହାତି ଭତ୍ତା ଟଙ୍କା ଯୋଗେଇଦେବା ଲାଗି ଆଲୋଚନା କରାଯାଇଛି । ଯଥାଶୀଘ୍ର ସୂର୍ଯ୍ୟ ହରିଜନ ଏବଂ ଅନ୍ୟ ଶାରୀରିକ ଅକ୍ଷମତା, ଶଯ୍ୟାଶାୟୀମାନଙ୍କୁ ଘରେ ଘରେ ଯାଇ ପେନସନ ଟଙ୍କା ଦିଆଯିବ । ବିଡିଓଙ୍କ ସହ ଆଲୋଚନା କରି ଆଶାବାଡି, ଟ୍ରାଇ ସାଇକେଲ ଯୋଗାଇ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି