Masthead

ଦିନେ ଅସୁନ୍ଦର ବୋଲି ଶୁଣିଥିଲି, ଏବେ ଏହି ଜାଗାରେ ପହଞ୍ଚିଲି: ଶାହରୁଖ ଖାନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ୯୦ ଦଶକରୁ ବଲିଉଡ ଫିଲ୍ମ ଜଗତର ସବୁଠାରୁ ପପୁଲାର ଷ୍ଟାର ହେଉଛନ୍ତି କିଙ୍ଗ୍ ଖାନ୍ ଶାହରୁଖ ଖାନ୍ । ତାଙ୍କ ଆକ୍ଟିଙ୍ଗ୍ ହେଉ କି ଷ୍ଟାଇଲ, ତାଙ୍କ ଡ୍ୟାନ୍ସ ହେଉ କି ରୋମାନ୍ସ ସବୁକିଛି ଦର୍ଶକଙ୍କୁ ଆକର୍ଷିତ କରିଥାଏ । ତାଙ୍କ ଅଭିନିତ ପ୍ରତିଟି ମୁଭି ଦେଖିବାକୁ ଲୋକଙ୍କର ଲାଇନ୍ ଲାଗିଥାଏ ସିନେମା ହଲରେ । ସେଥିପାଇଁ ତାଙ୍କୁ ବଲିଉଡ ଜଗତର ବାଦଶାହା କୁହାଯାଏ । କିନ୍ତୁ ଶାହରୁଖ ଯେତେବେଳେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ସେ କେବେ ବି ଭାବି ନଥିଲେ ଯେ, ସେ ଭବିଷ୍ୟତରେ ଜଣେ ଏତେ ବଡ ସୁପରଷ୍ଟାର ହେବେ ଏବଂ ତାଙ୍କ ଲାଇଫରେ ସେ ଏତେ ମାତ୍ରାରେ ସକ୍ସେସ୍ ପାଇବେ । ଏହି କଥା ସେ ନିଜେ ଅନେକ ଥର ସେୟାର କରିଛନ୍ତି ଦର୍ଶକଙ୍କ ସହ । ସେ କୁହନ୍ତି ଯେ ଯେତେବେଳେ ସେ ନିଜ ନିକଟତର ମାନଙ୍କୁ ହିରୋ ହେବାକଥା କୁହନ୍ତି ସେମାନେ ତାଙ୍କୁ ଥଟ୍ଟା ପରିହାସ କରନ୍ତି । ହେଲେ ସେହି ସମୟରେ ଶାହରୁଖଙ୍କ ମାଆ ତାଙ୍କୁ ଖୁବ୍ ଉତ୍ସାହିତ କରିଥିଲେ ।

ତେବେ ରିସେଣ୍ଟଲି ଏକ ଇଭେଣ୍ଟରେ ଶାହାରୁଖ ଯୋଗ ଦେଇଥିବା ବେଳେ ସେଠାରେ ଥିବା ଯୁବପିଢିଙ୍କ ସହ ଏପରି କିଛି କଥା ସେୟାର କରିଛନ୍ତି ଶାହାରୁଖ । ସେ କହିଛନ୍ତି ଯେ ତାଙ୍କ ଜୀବନରେ ସେ ନିଜ ଡ୍ରିମ୍ ଲାଇଫ୍ ଜିଇଁଛନ୍ତି । ଯେବେ ସେ ଅଭିନୟ କରିବା ଆରମ୍ଭ କରିଥିଲେ ସେହି ସମୟରେ କେବଳ ଆକ୍ଟିଙ୍ଗ୍ କରିବା ତାଙ୍କ ସଉକ ଥିଲା । ଏମିତି ନୁହେଁ କି ସେ ଭଲ ଆକ୍ଟିଙ୍ଗ୍ କରୁଥିଲେ କିନ୍ତୁ ସେ ଆକ୍ଟିଙ୍ଗ କରିବାକୁ ବେଶ୍ ଭଲ ପାଉଥିଲେ । ଯେବେ ସେ ସମସ୍ତଙ୍କୁ କହୁଥିଲେ ଯେ ଆକ୍ଟିଙ୍ଗ କରିବା ତାଙ୍କର ସଉକ ସେତେବେଳେ ତାଙ୍କୁ ଶୁଣିବାକୁ ପଡୁଥିଲା ଯେ ସେ ହେଖିବାକୁ ଖରାପ । ତାଙ୍କ ରଙ୍ଗ ମଧ୍ୟ ସାବନା ଏବଂ ସେ ଖୁବ୍ ଶୀଘ୍ର କଥା କୁହନ୍ତି । ସେଥିପାଇଁ ସେ କେବେ ବି ହିରୋ ହୋଇ ପାରିବେ ନାହିଁ । କିନ୍ତୁ ଏସବୁ ପରେ ବି ସେ ନିଜ ମନୋବଳ ଦୃଢ ରଖି ଆଗକୁ ବଢିଥିଲେ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ସେସ ପାଇଥିଲେ ।

୧୯୯୨ରୁ ଫିଲ୍ମ ଦିୱାନାରେ ସେ ପ୍ରଥମେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ପରେ ବାଜିଗର, ଡିଡିଏଲଜେ, ଅନଜାମ୍, କୁଛକୁଛ ହୋତା ହେ, ଦିଲ ତୋ ପାଗଲ ହେ, କଭି ଖୁସି କଭି ଗମ୍, ମହୋଁବତେ ଭଳି ଅନେକ ବ୍ଲକ୍ ବଷ୍ଟର ମୁଭିରେ ସେ ଦେଖିବାକୁ ମିଳିଛନ୍ତି । ତାଙ୍କ ୩୦ ବର୍ଷ କ୍ୟାରିୟର ଭିତରେ ସେ ପ୍ରାୟ ୮୦ରୁ ଅଧିକ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ତେବେ ଶେଷଥର ପାଇଁ ସେ ୨୦୧୮ରେ ଫିଲ୍ମ ଜିରୋରେ ନଜର ଆସିଥିଲେ ।

ଆଗକୁ ଖୁବ୍ ଶୀଘ୍ର ତାଙ୍କ ଅପକମିଙ୍ଗ ଫିଲ୍ମ ପଠାନ ରିଲିଜ୍ ହେବାକୁ ଯାଉଛି । ଏହି ମୁଭିର ସୁଟିଂ ସରି ଯାଇଥିବା ବେଳେ କରୋନା ପାଇଁ ଏହା ରିଲିଜ୍ ହୋଇ ପାରି ନାହିଁ । ଏହି ମୁଭିରେ ଶାହାରୁଖଙ୍କ ସହ ବଲିଉଡ ଆକ୍ଟ୍ରେସ୍ ଦିପିକା ପାଦୁକୋନ ନଜର ଆସିବେ । ପୁର୍ବରୁ ହୁହିଁଙ୍କ କେମେଷ୍ଟ୍ରି ହିଟ୍ ହୋଇଥିବା ବେଲେ ଏହି ମୁଭି ଦର୍ଶକଙ୍କୁ କାଫି ପସନ୍ଦ ହେବ ବୋଲି ଆଶା ରଖିଛନ୍ତି ମୁଭିର ନିର୍ମାତାମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି