ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ଷମତାକୁ ଆସିଲେ ଗୋଟିଏ ଦିନରେ ଋଷ ୟୁକ୍ରେନ ଯୁଦ୍ଧକୁ ଶେଷ କରିଦେବି । ତୃତୀୟ ବିଶ୍ୱ ଯୁଦ୍ଧ ହେବାକୁ ଦେବିନି । ସବୁ କିଛି ସ୍ୱାଭାବିକ ହୋଇଯବି । ଏକଥା କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରମ୍ପ କହିଛନ୍ତି ୟୁକ୍ରେନ ଯୁଦ୍ଧକୁ ରୋକା ଯାଇପାରିଲେ ତୃତୀୟ ବିଶ୍ୱଯୁଦ୍ଧର ଭୟ ଦୂର ହୋଇଯିବ ।
ରିପବ୍ଲିକାନ ପାର୍ଟି ପକ୍ଷରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଆଶା ରଖିଥିବା ଟ୍ରମ୍ପ କହିଛନ୍ତି ଋଷିଆକୁ ଯୁଦ୍ଧ ପାଇଁ ଉସୁକାଉଥିବା ରାଷ୍ଟ୍ର ବିରୋଧରେ ବିଶ୍ୱ ସମୁଦାୟ ଏକ ହେବା ଦରକାର । ୟୁକ୍ରେନକୁ ନାଟୋର ସଦସ୍ୟ ରାଷ୍ଟ୍ରମାନେ ଅଧିକରୁ ଅ୍ରଧିକ ସହଯୋଗ କଲେ ନିର୍ଣ୍ଣାୟକ ଭୂମିକାରେ ପହଞ୍ଚି ହେବ ।