Masthead

ଦିନେ ଜୋତା କିଣିବାକୁ ଅର୍ଥ ନଥିଲା, ସେ ଖେଳିବାକୁ ଯାଉଛନ୍ତି ଟୋକିଓ ଅଲମ୍ପିକ୍ସ

(ବଡ଼ ଖବର ବ୍ୟୁରୋ): ମଣିଷ ଇତିହାସ ସୃଷ୍ଟି କରେ ତାର କଷ୍ଟ, ଆବେଗ, ଦାରିଦ୍ରକୁ ପଛରେ ପକାଇ ରକ୍ତ ଓ ଝାଳ ବୁହାଇ । ଜୋତା କିଣିବାକୁ ଯିଏ ଦିନେ ଟଙ୍କା ପାଉନଥିଲେ, ସେ ଖେଳିବାକୁ ଯାଉଛନ୍ତି ଟୋକିଓ ଅଲମ୍ପିକ୍ସ । ଏହା ହେଉଛି ଆମ ଦେଶର ଝିଅ ରେବତୀ ବିରାମଣୀଙ୍କ କଥା । ତାଙ୍କ ପାଇଁ ଏହି ଯାତ୍ରା ସହଜ ନଥିଲା । ଘରେ ଥିଲା ଦାରିଦ୍ର । ହେଲେ ହାର ମାନିନଥିଲେ ରେବତୀ ବିରାମଣୀ ।

ତାଙ୍କୁ ୭ ବର୍ଷ ହୋଇଥିଲା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ୧ ବର୍ଷ ପରେ ତାଙ୍କ ମା’ଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ସେ ପିଲାଦିନରୁ ଜେଜେମାଙ୍କ ପାଖରେ ରହି ବଡ଼ ହୋଇଛନ୍ତି । ଜେଜେମା ମୂଲ ଲାଗି ତାଙ୍କୁ ପାଠ ପଢ଼ାଇବା ସହିତ ବଡ଼ କରିଥିଲେ । ଏତେ ଦରିଦ୍ର ଅବସ୍ଥା ଥିଲା ଯେ, ତାଙ୍କ ପାଖରେ ଜୋତା କିଣିବାକୁ ଟଙ୍କା ନଥିଲା ।

ସେ ଖାଲି ପାଦରେ ଦୌଡୁଥିଲେ । ବହୁ ବର୍ଷ ସଂଘର୍ଷ କରିବା ପରେ ସେ ଦକ୍ଷିଣ ରେଳବାଇରେ ଚାକିରି ପାଇଲେ । ସେ ୪ଶହ ମିଟର ଦୌଡକୁ ୫୩.୫୫ ସେକେଣ୍ଡରେ ସମାପ୍ତ କରିଥିଲେ । ଏବେ ସେ ଦ୍ରୁତତମ ୪୦୦ ମିଟର ରିଲେ ଟୋକିଓ ଅଲମ୍ପିକ୍ସ ପାଇଁ ମନୋନୀତ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି