Masthead

ଆତଙ୍କୀକୁ ସାହାଯ୍ୟ କରୁଥିବା ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ପାକିସ୍ତାନ ତିକ୍ତତା ଭିତରେ ଆସିଛି ଆଉ ଏକ ଭିଡିଓ । ଯେଉଁଥିରେ ଆତଙ୍କୀକୁ ସହଯୋଗ କରୁଥିବା ଯୁବକ ଖସି ପଳାଉଥିବା ଚିତ୍ର ସାମ୍ନାକୁ ଆସିଛି । ନଦୀକୁ ଡେଇଁ ଖସିଯିବାକୁ ଚେଷ୍ଟା କରୁଥିଲେ ଯୁବକ । ନଦୀକୁ ଡେଇଁବା ବେଳେ ଆତଙ୍କୀର ମୃତ୍ୟୁ ହୋଇଛି । ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଚଳାଇଥିବା ବେଳେ ଆତଙ୍କବାଦୀ ଜଙ୍ଗଲରୁ ନଦୀକୁ ଡେଇଁ ଖସିଯାଇଛି । ଯାହାର ଏକ୍ସକ୍ଲୁସିଭ୍ ଭିଡିଓ ସାମ୍ନାକୁ ଆସିଛି ।

ଜାମ୍ମୁ କାଶ୍ମୀର ରକି ନଦୀକୁ ଡେଉଁ ଆତଙ୍କବାଦୀ ପହଁରି ପହଁରି ଯାଉଥିବାର ଭିଡିଓ ଦେଖିବାକୁ ମିଳିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଷ୍ଟ୍ରୀୟ ରାଇଫଲ ଏବଂ ଏସଓଜି ଯବାନମାନେ ଆତଙ୍କବାଦୀର ପିଛା କରୁଥିବା ବେଳେ ସେ ଖସିଯିବାରେ ସକ୍ଷମ ହୋଇଛି । ଏହି ବ୍ୟକ୍ତି ଜଣଙ୍କ କୁଲଗାମ ଜିଲ୍ଲାର । ଆତଙ୍କୀଙ୍କୁ ରହିବା ଏବଂ ଖାଇବାକୁ ଦେଇଥିଲେ । ପରେ ଯବାନମାନେ ଆସିବାରୁ ଆତଙ୍କୀ ଜଙ୍ଗଲ ଭିତରୁ ନଦୀକୁ ଡେଇଁ ପଳାଇଯାଉଥିବା ଦେଖିବାକୁ ମିଳିଛି ।

ତା’ ନାମ ଇମତିଆଜ୍ ମହମ୍ମଦ ମାର୍ଗେ, ବୟସ ୨୩ ବର୍ଷ ବୋଲି ସୂଚନା ମଳିଛି । ନଦୀରେ କରେଣ୍ଟ ପ୍ରବାହ ଅଧିକ ଥିବାରୁ ପାଣିରେ ବୁଡି ତାର ମୃତ୍ୟୁ ହୋଇଛି । ସେ ପହଲଗାମ ଆତଙ୍କୀଙ୍କୁ ସହଯୋଗ କରୁଥିଲା । ଓଭର ଗ୍ରାଉଣ୍ଡ ୱାର୍କର ଭାବେ କାର୍ୟ୍ୟ କରୁଥିଲା । ମାର୍ଗେର ମୃତଦେହ ମିଳିବା ପରେ କୁଲଗାମର ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ଦୁଇ ଦିନ ପୂର୍ବରୁ ଆର୍ମି ତାଙ୍କୁ ଗିରଫ କରିଥିଲା ଏବେ ତାଙ୍କର ମୃତଶରୀର ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି