Masthead

ଆଲିଆଙ୍କୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ପୁଣି ଦେଖାଦେଇଛି ବିବାଦ । ଏଥର କିନ୍ତୁ ବିବାଦ ଘେରରେ ଛନ୍ଦି ହୋଇ ଯାଇଛନ୍ତି ଗ୍ଲାମର ଗର୍ଲ ଆଲିଆ ଭଟ୍ଟ । ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଲିଆ ଏବେ ନିଜର ଏକ ବିଜ୍ଞାପନ ପାଇଁ ବିବାଦ ଘେରରେ ଫସି ଯାଇଛନ୍ତି । ନିକଟରେ ସେ ଏକ ଫ୍ୟାଶନ ବ୍ରାଣ୍ଡ୍ ପାଇଁ ବିଜ୍ଞାପନ ସୁଟିଂ କରିଥିଲେ । ଏବଂ ବର୍ତ୍ତମାନ ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଟାର୍ଗେଟରେ ରହିଛନ୍ତି ଆଲିଆ । କିଛି ଲୋକ ଏହି ବିଜ୍ଞାପନକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଏହାକୁ ନେଇ ରାଗି ଯାଇଛନ୍ତି । ତେବେ ସବୁଠାରୁ ଖାସ୍ କଥା ହେଉଛି ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ବିବାଦୀୟ କୁଇନ୍ କଙ୍ଗନର ରନାୱତ୍ ।

ନିକଟରେ ଆଲିଆ ମୋହେ ଫ୍ୟାଶନ ପାଇଁ ଏକ ବିଜ୍ଞାପନ ସୁଟ୍ କରିଥିଲେ । ଏଥିରେ ଆଲିଆ ଭଟ୍ଟ କନ୍ୟାଦାନ ପରମ୍ପରକୁ ବଦଳାଇବା ପାଇଁ କହୁଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ପଙ୍ଗା କୁଇନ କଙ୍ଗନା ଟାର୍ଗେଟ କରିଛନ୍ତି ଆଲିଆକୁ । ରିସେଣ୍ଟଲି ସେ ତାଙ୍କ ସୋସିଆଲ ମିଡିଆରେ ଏକ ନୋଟ୍ ସେୟାର କରିଛନ୍ତି । ଏବଂ ଏଥିରେ ସେ ବିଜ୍ଞାପନକୁ ନେଇ ଧର୍ମ ଏବଂ ସାଧାରଣ ଜନତାଙ୍କ ଭାବନାକୁ ନ ଖେଳିବା ପାଇଁ କହିଛନ୍ତି । ଏହା ସହ କିଛି ଜିନିଷ ବିକ୍ରି କରିବା ପାଇଁ ରାଜନୀତିର ବ୍ୟବହାର ନକରିବାକୁ ସେ ସମସ୍ତ ବ୍ରାଣ୍ଡ୍ ମାନଙ୍କୁ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଯେଉଁ ଯବାନ ମାନେ ଦେଶ ପାଇଁ ସହିଦ ହେଉଛନ୍ତି ତାଙ୍କ ବାପା ମାଆ ମଧ୍ୟ ନିଜ ପୁଅକୁ ଦେଶ ପାଇଁ ଦାନ କରୁଛନ୍ତି । ତେବେ କଙ୍ଗନାଙ୍କର ଏଭଳି ମତ ପରେ ଏବେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ଫ୍ୟାନ୍ସ । କିନ୍ତୁ ଏହି ବିଜ୍ଞାପନର ସମର୍ଥନରେ ବାହାରିଛନ୍ତି ଆର୍ଟ ଅଫ୍ ଲିଭିଂର ସଂସ୍ଥାପକ ତଥା ଧର୍ମଗୁରୁ ଶ୍ରୀ ରବି ଶଙ୍କର ।

ତେବେ ବର୍ତ୍ତମାନ ଏହି ବିବାଦକୁ ନେଇ ଯୋରଦାର ଚର୍ଚ୍ଚା ହେଉଛି ବଲିଉଡ ଇଣ୍ଡଷ୍ଟ୍ରିରେ । ଗୋଟିଏ ପଟେ କିଛି ୟୁଜର୍ସ ଆଲିଆ ଭଟ୍ଟ ଏବଂ ମାନ୍ୟବର ମୋହେର ଏହି ବିଜ୍ଞାପନକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ହିନ୍ଦୁ ମାନଙ୍କ ଧାର୍ମିକ ଭାବନାକୁ ଏହା ଆଘାତ ଦେଉଥିବା ଅଭିଯୋଗ କରିଛନ୍ତି । ତେବେ କଙ୍ଗନାଙ୍କ ପରି ବିବାଦୀୟ କୁଇନ୍ ଯେତେବେଳେ ଏହାର ବିରୋଧରେ ଲେଖିଛନ୍ତି ସେଥିପାଇଁ ଅଧିକାଶଂ ଲୋକ ଏବେ କଙ୍ଗନାଙ୍କୁ ସପୋର୍ଟ କରିବାରେ ଲାଗି ପଡିଛନ୍ତି । ତେବେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି