Masthead

ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀର ପହଲଗାମରେ ଜଘନ୍ୟ, ବର୍ବର ଏବଂ ଘୃଣ୍ୟ ନରସଂହାର ଘଟିଥିଲା । ବୈସରନ ଘାଟିରେ ମାନବିକତା ଉପରେ ଯେଉଁ ଆକ୍ରମଣ ହୋଇଥିଲା ତାହା ସାରା ବିଶ୍ୱକୁ ସ୍ତବ୍ଧ କରିଥିଲା । କେହି କେବେ ଭାବି ନଥିଲେ କିଛି କ୍ଷଣ ଭିତରେ ସେମାନଙ୍କ ଆନନ୍ଦ ଆତଙ୍କରେ ପରିଣତ ହୋଇଯିବ । କେହି କିଛି ବୁଝିବା ଆଗକୁ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ବନ୍ଧୁକ ମୁନକୁ ନେଇ ଯାଇଥିଲେ । ଜମ୍ମୁକାଶ୍ମୀରର ପହଲଗାମ୍‌ରେ ଗତବର୍ଷ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି ।

ଘଟଣାକୁ ବର୍ଷେ ପୂରିଥିବା ବେଳେ ଭାରତୀୟ ସେନା ଏକ କଡ଼ା ଚେତାବନୀ ଜାରି କରିଛି । ଭାରତୀୟ ସେନା ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇଛି। ସେନା କହିଛି, କିଛି ସୀମା ଅଛି ଯାହାକୁ କେବେବି ଲଙ୍ଘନ କରାଯିବା ଉଚିତ୍ ନୁହେଁ ଏବଂ ଯଦି ଏପରି କରାଯାଏ ତେବେ ପରିଣାମ ବିଷୟରେ ସ୍ମରଣ କରିବାକୁ ହେବ । ପହଲଗାମ ଆକ୍ରମଣର ବାର୍ଷିକୀରେ, ଭାରତୀୟ ସେନା ସୋସିଆଲ ମିଡିଆ ଏକ୍ସରେ କହିଛି, ଯେତେବେଳେ ମାନବତାର ସୀମା ଲଙ୍ଘନ କରାଯାଏ, ସେତେବେଳେ ପ୍ରତିକ୍ରିୟା ନିର୍ଣ୍ଣାୟକ ହୋଇଥାଏ। ନ୍ୟାୟ ପ୍ରଦାନ କରାଯାଏ ।

ଭାରତ ଏକଜୁଟ ହୋଇ ଠିଆ ହୁଏ । ଏହି ପୋଷ୍ଟରେ ସେନା ଏକ ଫଟୋ ଜାରି କରିଛି, ଯେଉଁଥିରେ ସିନ୍ଦୂର ଏବଂ ଭାରତର ନକ୍ସା ଦେଖାଯାଇଛି । ଏହାର ଥିମ୍ ‘ଅପରେସନ ସିନ୍ଦୂର’ ସହ ଯୋଡ଼ି ହୋଇଛି । ପହଲଗାମ୍ ହମଲାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ମେ ୭ ରାତି ପ୍ରାୟ ୧.୦୫ରେ ପାକିସ୍ତାନ ଏବଂ ପିଓକେରେ ସାଙ୍ଘାତିକ ଏୟାରଷ୍ଟ୍ରାଇକ୍ କରିଥିଲା । ୨୫ ମିନିଟର ଅପରେସନରେ ୭ ସହରରେ ଥିବା ୯ ଆତଙ୍କୀ ଶିବିରକୁ ଧ୍ୱଂସ କରାଯାଇଥିଲା । ଏହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଥିଲା । ଏଥିସହ ଅପରେସନ୍ ‘ମହାଦେବ’ରେ ୩ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଜୁଲାଇ ୨୮ ତାରିଖରେ ନିପାତ କରିଥିଲା ଭାରତୀୟ ସେନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ 🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ମିଳିମିଳାର ତାଣ୍ଡବ, ଟୀକା ଅଭାବରୁ ଯାଉଛି ଜୀବନ