Masthead

ଏକଦା ମିନିସ୍କଟ ପିନ୍ଧି ବୁଲୁଥିଲେ ଆଫଗାନ ଯୁବତୀ

କାବୁଲ(ବଡ଼ ଖବର ବ୍ୟୁରୋ): ପ୍ରାକୃତିକ ସମ୍ପଦରେ ଭରପୂର ଆଫଗାନିସ୍ତାନ ଦକ୍ଷିଣ ଏସିଆର ସବୁଠାରୁ ବିଶୃଙ୍ଖଳିତ ଦେଶ । ୬୫୨.୮୬୪ ବର୍ଗ କିଲୋମିଟର ବ୍ୟାପ୍ତ ଏହି ଦେଶ ମଧ୍ୟପ୍ରାଚ୍ୟ ଓ ଏସିଆର ବିଭିନ୍ନ ପ୍ରାନ୍ତରରେ ନିଜର ଆଧୁନିକତା ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିଲା । ଆଫଗାନବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ଆଧୁନିକତାର ଝଲକ ବିଶ୍ୱସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିଲା । ମନେ ହେଉଥିଲା ଆଫଗାନିସ୍ତାନ ଖୁସିର ଦେଶ । କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଦୁର୍ନୀତି ଏହି ଦେଶକୁ ରସାତଳଗାମୀ କରିଦେଇଛି ।

୧୯୬୭ରେ ଆମେରିକା ନାଗରିକ ବିଲ୍ ପୋଡଲିନ୍ ସ୍ତ୍ରୀ, ଦୁଇଝିଅଙ୍କ ସହ ଆଫଗାନିସ୍ତାନ ପରିଦର୍ଶନରେ ଆସିଥିଲେ । ଆଫଗାନବାସୀଙ୍କ ଲାଇଫ ଷ୍ଟାଇଲ୍ ତାଙ୍କୁ ଚକିତ କରିଦେଇଥିଲା । ରାଜଧାନୀ କାବୁଲରେ ମହିଳା ଓ ଯୁବତୀମାନେ ମିନିସ୍କଟ ପିନ୍ଧି ନିର୍ଭୟରେ ବୁଲୁଥିଲେ । ସ୍କୁଲ, କଲେଜ, ଲାଇବ୍ରେରୀ, ପାର୍କ ସବୁଠି ଯୁବତୀ ଓ ମହିଳାଙ୍କ ଭିଡ଼ ଲାଗିରହିଥିଲା । ସମସ୍ତେ ମିନିସ୍କଟ ପିନ୍ଧି ଘରୁ ବାହାରକୁ ବାହୁଥିଲେ । କାହାର ଆପତ୍ତି କି ବିରୋଧ ନଥିଲା । ମହିଳା ଓ ଯୁବତୀମାନଙ୍କର ଅତ୍ୟାଧୁନିକ ବେଶଭୂଷା ସେମାନଙ୍କୁ ଆହୁରୀ ସୁନ୍ଦର କରିଦେଉଥିଲା । ଖାଲ ସେତିକି ନୁହେଁ, ଆଫଗାନିସ୍ତାନରେ ୫୦ ପ୍ରତିଶତ ମହିଳା ସରକାରୀ ଚାକିରି କରିଥିଲେ । ୪୦ ପ୍ରତିଶତ ମହିଳା ଡାକ୍ତର । ମହିଳାମାନେ ନିଜ ଖୁସିରେ ଜୀବନ ଜିଉଁଥିଲେ । ଯେତେ ଇଚ୍ଛା ପାଠ ପଢିବାକୁ ମହିଳାମାନଙ୍କୁ ଦିଆଯାଉଥିଲା ସୁଯୋଗ । ରୁଚି ଓ ଖୁସି ଅନୁସାରେ ମହିଳା ଓ ଯୁବତୀମାନେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ପୋଷାକ ପିନ୍ଧି କର୍ମସ୍ଥଳ ହେଉ କି ଅଧ୍ୟୟନ ପାଇଁ ଯାଇପାରୁଥିଲେ । ୧୯୨୦ରେ ଭୋଟ ଦେବାର ଅଧିକାର ପାଇଥିବା ମହିଳାମାନେ ବୁର୍ଖା ପରିଧାନ କରୁନଥିଲେ । ୧୯୬୦ରେ ଆଫଗାନିସ୍ତାନର ମହିଳା ଓ ପୁରୁଷ ସମାନ ଅଧିକାର ଉପଭୋଗ କରୁଥିଲେ । ୧୯୭୦ ବେଳକୁ ଆଫଗାନିସ୍ତାନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୦ ପ୍ରତିଶତ ଶିକ୍ଷକ ଥିଲେ ମହିଳା । ମହିଳାମାନଙ୍କୁ ସମ୍ମାନ ଓ ଆଧୁନିକତାର ବାସ୍ନାରେ ପାଗଳ ହୋଇ ପୃଥିବୀର ବିଭିନ୍ନ ଦେଶର ଲୋକମାନେ ଆଫଗାନିସ୍ତାନକୁ ଧାଇଁ ଆସୁଥିଲେ । ସେମାନେ ପାଠ ପଢିବା ସହ ଆଧୁନିକ ଚାଲିଚଳଣ ଶିକ୍ଷା କରି ସ୍ୱଦେଶ ଫେରୁଥିଲେ । ବିଶ୍ୱସମୁଦାୟ ଧରିନେଇଥିଲେ ଦକ୍ଷିଣ ଏସିଆରେ ଗୋଯିଏ ମାତ୍ର ଦେଶ ଆଫଗାନିସ୍ତାନ ମଡର୍ଣ୍ଣ ହେଉଛି ।

୧୯୯୦ରେ ହଠାତ୍ ସବୁ ଓଲଟପାଲଟ ହୋଇଗଲା । ପାକିସ୍ତାନର ମଦ୍ରସାରୁ ଜନ୍ମ ନେଇଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଆଫଗାନିସ୍ତାନର ଜୀବନଶୈଳୀକୁ ବଦଳାଇଦେଲା । କଠୋରପନ୍ଥୀ ଚିନ୍ତାଧାରାକୁ ବିଶ୍ୱାସ କରୁଥିବା ତାଳିବାନମାନେ ମହିଳାଙ୍କ ଉପରେ ଲଗାଇଲେ ଅଙ୍କୁଶ । ସବୁକ୍ଷେତ୍ରରେ କଟକଣା । ଧୀରେ ଧୀରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଦେଶରେ ପରିଣତ ହେଲା । ଆଉ ଏବେ ସେମାନେ ଆଫଗାନିସ୍ତାନର ଶାସକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍ 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ଶରୀରକୁ ସୁସ୍ଥ ରଖିବାର ଉପାୟ: ସଜନା ଶାଗ 🔴 ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମସୁଦ୍