Masthead

POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହିଂସା ଏବଂ ଆଶନ୍ତିରେ ପାକ୍ ଅଧିକୃତ କାଶ୍ମୀର ଜଳୁଛି । ପୁଲିସ୍ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ୪ ପୁଲିସ୍ ସମେତ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ୭୦ରୁ ଅଧିକ ଆହତ ହୋଇଛନ୍ତି । ଏକ ସକ୍ରିୟ ନାଗରିକ ସଂଗଠନ, ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC) ଉପରେ ସରକାରଙ୍କ ପ୍ରତିବନ୍ଧକ ଲଗାଇବା ପରେ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ରାୱାଲକୋଟରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ସଂଘର୍ଷରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୩୦ ଜଣଙ୍କୁ ଗିରଫ କରାଯାଇଛି । ଆଜି ବନ୍ଦ ଡାକରା ଦିଆଯାଇଛି ।

ପୂର୍ବରୁ ହୋଇଥିବା ଏକ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଜଣେ କର୍ମୀଙ୍କ ଶବ ବ୍ୟବଚ୍ଛେଦ ଗୃହ ବାହାରେ ଜେଏଏସି ସମର୍ଥକମାନେ ଏକତ୍ରିତ ହୋଇଥିବା ବେଳେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ଏହି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ, ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ଜଣ ପୋଲିସ କର୍ମଚାରୀ ଓ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ୬ ଜଣ ପ୍ରଦର୍ଶନକାରୀ ପ୍ରାଣ ହରାଇଛନ୍ତି । ଏହି ସଂଘର୍ଷରେ ପ୍ରାୟ ୨୩ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି ଏବଂ ଅନେକଙ୍କୁ ଗିରଫ କରାଯାଇଛି, ଯଦିଓ ସ୍ଥାନୀୟ ବାସିନ୍ଦା ସରକାରୀ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ମୃତ୍ୟୁ ସଂଖ୍ୟା ଅଧିକ ଥିବା ଦାବି କରିଛନ୍ତି ।

ପିଓକେରେ ଚାଲିଥିବା ଏହି ବ୍ୟାପକ ଆନ୍ଦୋଳନ ପଛରେ ଏକ ପ୍ରମୁଖ ରାଜନୈତିକ କାରଣ ରହିଛି । ସେଠାକାର ୪୫ ଆସନ ବିଶିଷ୍ଟ ବିଧାନସଭାରେ କାଶ୍ମୀର ବାହାରେ ପାକିସ୍ତାନର ଅନ୍ୟ ଅଞ୍ଚଳରେ ରହୁଥିବା ଶରଣାର୍ଥୀଙ୍କ ପାଇଁ ୧୨ଟି ଆସନ ସଂରକ୍ଷିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଜେଏଏସିର କହିବା କଥା ଯେ, ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ସ୍ଥାନୀୟ ଜନପ୍ରତିନିଧିତ୍ୱ କ୍ଷୁଣ୍ଣ ହେବ, ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହା ବ୍ୟତୀତ ଗତ ଦୁଇ ବର୍ଷ ଧରି ଏହି ସଂଗଠନ ଅଞ୍ଚଳରେ ବଢ଼ୁଥିବା ମୁଦ୍ରାସ୍ଫୀତି, ବିଜୁଳି ସଙ୍କଟ, ବେକାରୀ, ଦୁର୍ନୀତି ଏବଂ ଅଟା ଓ ବିଦ୍ୟୁତର ଅହେତୁକ ଦରବୃଦ୍ଧି ବିରୋଧରେ କ୍ରମାଗତ ଭାବେ ସ୍ୱର ଉତ୍ତୋଳନ କରିଆସୁଛି। ଆସନ୍ତା ଜୁଲାଇ ୨୭ ତାରିଖରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସରକାର ସଂଗଠନକୁ ବ୍ୟାନ କରିବା, ଇଣ୍ଟରନେଟ୍ ସେବା ବନ୍ଦ କରିବା ଏବଂ ଜେଏଏସିର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିଦେବା ଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଜନଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ