Masthead

କେବଳ ଟିଏମସି ହିଁ ବିଜେପି ସହ ଲଢି ପାରିବ: ମମତା ବାନାର୍ଜୀ

କୋଲକାତା (ବଡ଼ ଖବର ବ୍ୟୁରୋ): ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାର ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ମମତା କହିଛନ୍ତି, ନିର୍ବାଚନ ଜିତିବା ପାଇଁ ବିଜେପି ସମସ୍ତଙ୍କୁ ଜେଲରେ ପୁରାଉଛି। ଏପରିକି ବିଜେପି କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ବିରୋଧୀ ଦଳର ନେତାଙ୍କୁ ବିଭିନ୍ନ ମିଛ ମାମଲାରେ ଛନ୍ଦି ଗିରଫ କରୁଥିବା କହିଛନ୍ତି ମମତା ।

ସେହିପରି ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାକୁ ନେଇ ମମତା କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବାକୁ ଟିଏମ୍‌ସି ଉତ୍ସାହିତ ଥିଲା। ହେଲେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଦଳ ମେଣ୍ଟ ଚାହୁଁଥିଲା। ହେଲେ କଂଗ୍ରେସ ରାଜି ହୋଇ ନ ଥିବା ମମତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ରରେ ସରକାର ଗଠନ ପାଇଁ ନିର୍ବାଚନ ପରେ ଆଞ୍ଚଳିକ ଦଳ ମିଳିତ ହେବେ। ଟିଏମସିର ବିବୃତ୍ତି ହେତୁ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ସିଟ ବାଣ୍ଟିବା ଚୁକ୍ତି ଶେଷ ହେବାର ଦେଖାଯାଉଛି।

ନଦିଆ ଜିଲାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରିବାକୁ ଆମ ଦଳ ଉତ୍ସାହିତ ଅଛି, କିନ୍ତୁ ସେମାନେ ଆମର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ଆମେ ଏକ ସହଯୋଗ ଚାହୁଁଥିଲୁ, କିନ୍ତୁ କଂଗ୍ରେସ ରାଜି ହୋଇ ନ ଥିଲା। ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିବା ପାଇଁ ସେମାନେ ସିପିଆଇ (ଏମ) ସହିତ ହାତ ମିଳାଇଛନ୍ତି। ଦେଶରେ କେବଳ ଟିଏମସି ହିଁ ବିଜେପି ସହ ଲଢିପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ