Before Header

ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଆଇଆଇଏମର କରିବେ ଲୋକାର୍ପଣ

0 1,084

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ହୋଇଛି । ସେପଟେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେବେ ବୋଲି ଜଣାପଡିଛି ।

ଏହି କାର୍ଯ୍ୟକ୍ରମରେ ୪ ହଜାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ରହିଥିବା ଆଇଆଇଏମ ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୈସ୍ୱାଲ ସୂଚନା ଦେଇଛନ୍ତି । ସେପଟେ ମୋଦିଙ୍କ ସମ୍ବଲପୁର ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସଂପୃକ୍ତ କର୍ତୃପକ୍ଷ, ଜିଲ୍ଲାପାଳ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଅଭିମୁଖେ ଯାତ୍ରା କରିବେ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଆସି ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ। ସେଠାରୁ ସ୍ବତନ୍ତ୍ର ହେଲିକପଟରରେ ସମ୍ବଲପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ ଯାଏଁ ଯାଇ ଆଇଆଇଏମ୍ କ୍ୟାମ୍ପସରେ ପହଞ୍ଚିବେ। ସେଠାରେ ଲୋକାର୍ପଣ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି।

ପରେ ରେମେଡ୍ ପଡ଼ିଆରେ ଏକ ସାଧାରଣ ସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀା ତେବେ ପ୍ରଧାନମନ୍ତ୍ରୀ ଯୋଗଦେବାକୁ ଥିବା କୌଣସି କାର୍ଯ୍ୟକ୍ରମ ସ୍ଥଳ, ବିମାନବନ୍ଦର, ହେଲିପ୍ୟାଡ୍ ସ୍ଥଳରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ ନାହିଁ । ସେହିପରି କାର୍ଯ୍ୟକ୍ରମସ୍ଥଳ ଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଜେନେରେଟର ରଖିବା ସହ ଆଗୁଆ ଟେଷ୍ଟିଂ କରିବା ଏବଂ ଅତିରିକ୍ତ ଦୁଇଟି ଜେନେରେଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ର ଗସ୍ତ ସମୟରେ କାରକେଡ୍ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଜୀବନ ସୁରକ୍ଷା ସହାୟକ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସ୍ଥଳରେ କ୍ରିଟିକାଲ କେୟାର ବକ୍ସ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ଏମସିଏଲର ୪ଟି ପ୍ରକଳ୍ପର ଶିଳାନ୍ୟାସ ହେବ ବୋଲି ଏମସିଏଲ ମହାପ୍ରବନ୍ଧକ କହିଛନ୍ତି । ବସନ୍ତପୁରସ୍ଥିତ ସମ୍ବଲପୁର ଆଇଆଇଏମର ଲୋକାର୍ପଣ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ରେମେଡରେ ଅନୁଷ୍ଠିତ ବିଶାଳ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମାବେଶର ନାଁ ବିଶାଳ ଗ୍ୟାରେଂଟି ସମାବେଶ ରଖାଯାଇଥିବା ଏହି ସମାବେଶରେ ପଶ୍ଚିମ ଓଡିଶାର ୫ଟି ଲୋକସଭା କ୍ଷେତ୍ରରୁ ଲକ୍ଷେରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ବିଜେପିର ସମ୍ବଲପୁର ଜିଲ୍ଲା ସଭାପତି ଗିରୀଶ ପଟେଲ କହିଛନ୍ତି । ଏହି ସମାବେଶରେ ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ଜନସାଧାରଣ ସାମିଲ ବେବେ । ପଶ୍ଚିମ ଓଡ଼ିଶା ପାଇଁ ଅନେକ ପ୍ରକଳ୍ପର ଘୋଷଣା ହେବା ଅନୁମାନ କରାଯାଉଛି ।

Leave A Reply

Your email address will not be published.