Before Header

କୋଟିଏ ଟଙ୍କାର ଅଫିମ ଜବତ, ଜଣେ ଗିରଫ

0 18

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):କୋଟିଏ ଟଙ୍କାର ଅଫିମ ଜବତ । ବସ୍ତା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଅମର୍ଦାରୋଡ ବାଇପାସ ନିକଟରୁ ବସ୍ତା ଓ ଜଳେଶ୍ୱର ଅବକାରୀ ବିଭାଗ ଏବଂ ଅବକାରୀ ସ୍ୟାଟଲାଇଟ ୟୁନିଟ ପକ୍ଷରୁ ମିଳିତ ଚଢ଼ାଉ କରି କୋଟିଏ ଟଙ୍କାର ଅଫିମ ଜବତ କରିଛନ୍ତି । ଜବତ ଅଫିମର ଆନୁମାନିକ ମୂଲ୍ୟ ୯୯ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ବ୍ୟବସାୟୀ ଜଣକ ବସ୍ତା ଥାନା ତଳ ତାପଣ୍ଡା ଗ୍ରାମର ଜଳଧର ରାଉତ, ତେବେ ଏତେ ଟଙ୍କାର ଅଫିମ କେଉଁଠୁ ଆସିଲା ତାହା ତଦନ୍ତ ପରେ ଜଣାପଡ଼ିବ।

Leave A Reply

Your email address will not be published.