ଖିମଜୀକୁ ଶତ ଧିକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲକ୍ଷ ଲକ୍ଷ ଲୋକେ ସୋସିଆଲ ମିଡିଆରେ ଶବ୍ଦର ଅଞ୍ଜଳି ରଖୁଛନ୍ତି । ଅମର ଆତ୍ମାର ସଦଗତି କାମନା କରୁଛନ୍ତି । ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହୁଁଛନ୍ତି । ଭଳ ମଣିଷ, ଭଲ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାକୁ ଚାହୁଁଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ଏହାଠାରୁ ଅଧିକ କିଛି ବି ଉଦ୍ଦେଶ୍ୟ ରଖି ନ ପାରେ ।କିନ୍ତୁ କିଛି ବ୍ୟବସାୟୀ ଅରିନ୍ଦମଙ୍କ ଲୋକପ୍ରିୟତା ଓ ଲୋକଙ୍କ ଆବେଗରେ ବି ବେପାର ସାଉଁଟିପାରନ୍ତି ତାହା ଦେଖିବା ପରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ।

ଏମିତି ଜଣେ ବ୍ୟବସାୟୀ ହେଉଛନ୍ତି ରାଜ୍ୟରେ ସୁନା ଗହଣା ବ୍ୟବସାୟରେ ଅନେକ ନାଁ କରିଥିବା ଖିମଜୀ ଜୁଏଲର୍ସ । ସୋସିଆଲ ମିଡିଆରେ ଆମେ ଅନେକ ବ୍ୟକ୍ତି, ସଂସ୍ଥାଙ୍କ ପୋଷ୍ଟ ଦେଖୁଥିଲୁ । ଖିମଜୀ ଜୁଏଲର୍ସ ପକ୍ଷରୁ ଫେସବୁକରେ କରାଯାଇଥିବା ଏକ ପୋଷ୍ଟ ବି ଆମ ନଜରକୁ ଆସିଲା । ଗ୍ରାଫିକ୍ସରେ ଅରିନ୍ଦମଙ୍କ ଏକ ଫଟୋ ସହ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସାହସିକତାକୁ ସବୁବେଳେ ମନପକାଇବୁ ବୋଲି ଲେଖାଯାଇଛି । ତେବେ ଆପଣ ଏହି ଗ୍ରାଫିକ୍ସ ଡିଜାଇନକୁ ଭଲ ଭାବେ ଦେଖନ୍ତୁ । ଏହା ତଳେ ଖିମଜୀର ଏକ ଲୋଗୋ ରହିଛି । ଯାହା ସାଧାରଣତଃ ରଖାଯାଏ । କାରଣ ଏଥିରୁ ବୁଝାପଡେ ଶ୍ରଦ୍ଧାଞ୍ଜଳି କାହା ପକ୍ଷରୁ ଜ୍ଞାପନ କରାଯାଇଛି । କିନ୍ତୁ ତାହା ତଳକୁ ଖିମଜୀର କଣ କଣ ବ୍ୟବସାୟ ପ୍ରତିଷ୍ଠାନ ରହିଛି, କେଉଁଠି କେଉଁଠି ରହିଛି ତାହାସବୁ ରଖାଯାଇଛି ।

ଏହା ରଖିବାର ଅର୍ଥ କଣ? ଖିମଜୀର ଲୋଗୋ ରହିଲା, ବୁଝାପଡିଲା ଖିମଜୀ ଜୁଏଲର୍ସ ଶ୍ରଦ୍ଧାଞ୍ଜଳି ଜଣାଇଛି, ଖିମଜୀର ଏଠି ଜୁଏଲର୍ସ ଅଛି, ସେଠି ଅଛି, ହୋଣ୍ଡା, କାୱାସକି, ରୟାଲ ଏନଫିଲ୍ଡ ସୋରୁମ୍, ବିଲର୍ଡସ୍ ସଂସ୍ଥା ଏସବୁ କାହିଁକି ଉଲ୍ଲେଖ କରାଯାଇଛି? ଆମେ କଣ ଶ୍ରଦ୍ଧାଞ୍ଜଳି ଦେବାକୁ ଯେଉଁ ବାର୍ତ୍ତା ରଖିଲେ ସେଥିରେ ବି ନିଜର ବ୍ୟବସାୟିକ ଦିଗ ଦେଖିବାର ଆବଶ୍ୟକତା ରହିଛି? ଦୁଃଖରେ ବି କେମିତି ବେପାର ଦିଗ ଦେଖାଯାଇପାରେ? ଲୋକେ ଅରିନ୍ଦମଙ୍କୁ ଝୁରୁଛନ୍ତି, ଏହି ପୋଷ୍ଟ କଲେ ଲୋକେ ସେୟାର କରିବେ, ଏଥିରେ ଆପଣଙ୍କ ବିଜନେସର ବି ପ୍ରଚାର ପ୍ରସାର ହୋଇଯିବ, ଏଭଳି ଛୋଟ ମାନସିକତାରୁ ଅନ୍ତତଃ ଖିଜଜୀ ଭଳି ବଡ ଗହଣା ବେପାରୀ ଦୂରେ ରହିବା ଦରକାର ବୋଲି ଆମର ମତ । ଅରିନ୍ଦମଙ୍କୁ ଆମେ ହରାଇ ସାରିଛେ, ଯାହା ନ ଘଟିବା କଥା, ତାହା ଘଟିଛି । ଅରିନ୍ଦମଙ୍କ ମୃତ୍ୟୁରେ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି, ତାହା କେବେ ବି ପୂରା ହୋଇପାରିବ ନାହିଁ । କିଛି ବର୍ଷ ପୂର୍ବରୁ ଅରିନ୍ଦମ ନିଜ ବାପାଙ୍କୁ ହରାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ