Masthead

ପିହୁ ଅପହରଣ, ୪ ଗିରଫ

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ରୁ ଅପହୃତା ଶିଶୁକନ୍ୟାକୁ ସୁନ୍ଦରଗଡ଼ରୁ ଉଦ୍ଧାର କରାଯିବା ପରେ ପୁଲିସ ଘଟଣାରେ ସଂଶ୍ଳିଷ୍ଟ ୪ ଅପହରଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏମାନେ ସମସ୍ତେ ଦେବଗଡ଼ ଜିଲ୍ଲାର ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଟଙ୍କା ଆଦାୟ ଲାଗି ଏମାନେ ଅପହରଣ କରିଥିଲେ। ଗିରଫ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ଦେବଗଡ଼ ଥାନା ନୂଆଗାଁର ହିମାଂଶୁ ନାରଙ୍ଗ। ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ଥାନା ମେଂଢ଼ୀପାଲି ସାଧୁବାହାଲ ଗ୍ରାମର ଦୀପକ ନାଏକ, ଦେବଗଡ଼ ଥାନା ବଲଣ୍ଡା ଗ୍ରାମର ରୋହିତ ପାତ୍ର, ଓ ଜରେଇକେଳା ଗ୍ରାମର ମହେଶ୍ୱର ଶଗଡିଆ। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୁଲିସ।

ପୁଲିସ ମାମଲା ରୁଜୁ କାରି ତଦନ୍ତ କରୁଥିଲା । ଗତ ୧୮ତାରିଖରେ ଟିଉସନ ସାରି ନିଜ ଆଈ ସହ ଫେରୁଥିବା ବେଳେ ଘର ନିକଟରେ ଆଈ ପାଖରୁ ଦୁର୍ବୃତ୍ତମାନେ ପିହୁକୁ ଛଡ଼ାଇ ନେଇଥିଲେ । ବିଳାସମୟ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଗତ ସେପ୍ଟେମ୍ବର ମାସରେ ଯୋଜନା କରିଥିଲେ ଗିରଫ ଅଭିଯୁକ୍ତ । ଯୋଜନା ଅନୁଯାୟୀ ଭାଇ ଭାଇ ଲୁଗା ଦୋକାନ ପରିବାରର ସଦସ୍ୟଙ୍କୁ ଅପହରଣ କରି ମୁଣ୍ଡ ଜାମିନ ରଖି ୨ କୋଟି ଟଙ୍କା ଅସୁଲ କରି ପ୍ରତ୍ୟେକଙ୍କ ଭାଗରେ ୫୦ ଲକ୍ଷ ଟଙ୍କା ମିଳିବା ହିସାବ କରିଥିଲେ ଅଭିଯୁକ୍ତ। ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗତ ନଭେମ୍ବର ମାସରେ ପ୍ରୟାସ କରିଥିଲେ ମଧ୍ୟ କୌଣସି କାରଣରୁ ଫେଲ ମାରିଥିଲା ଯୋଜନା ।

ତେବେ ଗତ ୧୮ ତାରିଖ ଅପହରଣ କରିବାରେ ସଫଳ ହୋଇଥିଲେ ଦେବଗଡ଼ ଅଞ୍ଚଳରେ ମାଷ୍ଟର ମାଇଣ୍ଡ ହିମାଂଶୁ ରହି ଅନ୍ୟ ତିନି ଅଭିଯୁକ୍ତ ହାତରେ ଶିଶୁ କନ୍ୟାକୁ ଜିଲ୍ଲା ବାହାରକୁ କାର ଯୋଗେ ପଠାଇଥିଲେ । କିନ୍ତୁ ପୁଲିସ, ଗଣମାଧ୍ୟମ, ସର୍ବୋପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଘଟଣାକୁ ନେଇ ଅଭୁତପୂର୍ବ ଛାନଭିନ ଦେଖି ବଡ଼ଗାଁ ଥାନାଞ୍ଚଳ ଭୋଇପାଲି ସର୍ଭିସ ରୋଡ ପୋଲ ନିକଟରେ ବିଳମ୍ବିତ ରାତିରେ ଅପହୃତା ଶିଶୁ କନ୍ୟା ପିହୁକୁ ଅଭିଯୁକ୍ତମାନେ ଛାଡ଼ି ଫେରାର ହୋଇଯାଇଥିଲେ । ଯାହାକୁ ନେଇ ଆଜି ଦେବଗଡ ଆଦର୍ଶ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା