Masthead

ଝାମୁନିଆଁରେ ଚାଲିଲେ ସମ୍ବିତ ପାତ୍ର, କ’ଣ ରଖିଛନ୍ତି ମାନସିକ ?

ପୁରୀ (ବଡ଼ ଖବର ବ୍ୟୁରୋ):  ମାନସିକ ପୂରଣ ପାଇଁ ନିଆଁରେ ଚାଲିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର । ମଙ୍ଗଳବାର ଝାମୁନିଆଁରେ ଚାଲିଛନ୍ତି ସମ୍ବିତ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ମଙ୍ଗଳବାର ଅପରାହ୍ନରେ ପୁରୀ ସଦର ସମଙ୍ଗ ପଞ୍ଚାୟତ ରେବତୀ ରମଣ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଦୂଲଣା ଠାକୁରାଣୀଙ୍କ ନିକଟରେ ଝାମୁଯାତ୍ରାରେ ମାନସିକଧାରୀ ପାଟୁଆମାନେ ନିଆଁରେ ଚାଲିଥିଲେ । ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଏହି ଯାତ୍ରାରେ ଯୋଗ ଦେଇଥିଲେ । ଗ୍ରାମବାସୀଙ୍କ ଅନୁରୋଧକ୍ରମେ ସମ୍ବିତ ପାତ୍ର ଏହି ଯାତ୍ରାରେ ଯୋଗ ଦେଇଥିଲେ ।

ଝାମୁନିଆଁରେ ଚାଲିଲେ ମାନସିକ ପୂରଣ ହୁଏ ବୋଲି ଦଳର କେତକ କର୍ମୀ ତାଙ୍କୁ କହିଥିଲେ । ଯାହାକୁ ନେଇ ସମ୍ବିତ ଝାମୁ ନିଆଁରେ ଚାଲିବା ପାଇଁ ଆଗ୍ରହ କରିଥିଲେ । ମନ୍ଦିରର ପୂଜକ ତାଙ୍କ ବେକରେ ଫୁଲମାଳ ପକାଇବା ପରେ ଖାଲି ପାଦରେ ଝାମୁ ନିଆଁରେ ଚାଲିଥିଲେ ସମ୍ବିତ । ତେମେ ସେ କ’ଣ ମାନସିକ ରଖି ଝାମୁ ନିଆଁରେ ଚାଲିଛନ୍ତି ତାହା ସାର୍ବଜନୀନ ଭାବେ ପ୍ରକାଶ କରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ