Masthead

ଆମ ଲକ୍ଷ୍ୟ ପୂରଣ ହୋଇଛି : ବାଇଡେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ହାତ ଛାଡ଼ିଲା ଆମେରିକା । ବିଶ୍ୱ ଦେଖିଲା ରାଷ୍ଟ୍ରପତି ବାଇଡେନଙ୍କ ଆଭିମୁଖ୍ୟ । ଯେଉଁଠି ଆଫଗାନିସ୍ତାନ ସେନା ଲଢିବାକୁ ପ୍ରସ୍ତୁତ ନାହାନ୍ତି, ସେଠି ଆମେରିକା କାହିଁକି ଲଢିବ ବୋଲି କହିଛନ୍ତି ବାଇଡେନ । ଆଫଗାନିସ୍ତାନ ରାଜନେତାମାନେ ଦେଶର ଭବିଷ୍ୟତ ନେଇ ଏକାଠି ହେଉନାହାନ୍ତି । ଘଡ଼ିଷନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିବାର ନଥିଲା। ଜାଣିଶୁଣି ଆମେ ଆମ ସୈନ୍ୟକୁ କେମିତି ମରିବାକୁ ଦେବୁ ।

ରାଷ୍ଟ୍ରପତି ବାଇଡେନ କହିଲେ ଯେଉଁଠି ଆଫଗାନିସ୍ତାନ ସେନା ଲଢିବାକୁ ପ୍ରସ୍ତୁତ ନାହାନ୍ତି, ସେଠି ଆମେରିକା କାହିଁକି ଲଢିବ। ଲଢିବା ଉଚିତ ନୁହେଁ। ଯେଉଁ ଲକ୍ଷ୍ୟ ନେଇ ସେଠାକୁ ଯାଇଥିଲୁ ତାହା ପୁରଣ ହୋଇଛି। ୧୦ ବର୍ଷ ତଳୁ ଆମେ ଆମର ଲକ୍ଷ୍ୟ ପୂରଣ କରିସାରିଛୁ । ଆମେ ସୈନ୍ୟଙ୍କୁ ସେଠାରେ ମରିବାକୁ ଦେବୁନାହିଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି ବାଇଡେନ । ସେନା ପ୍ରତ୍ୟାହାର ନିଷ୍ପତି ଠିକ୍ ଥିଲା। ଏଥିସହ ଆଫଗାନିସ୍ତାନରେ ଯଦି ଆମେରିକୀୟଙ୍କୁ ଆକ୍ରମଣ ହୁଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି । ଆମ ପ୍ରତିଦ୍ୱନ୍ଦି ଚୀନ୍ ଓ ଋଷ ଚାହୁଁଥିଲେ ଆମେରିକ ନିଜର କୋଟି କୋଟି ଡଲାର ଆଫଗାନିସ୍ତାନ ଉପରେ ବର୍ବାଦ କରୁ। ଆଫଗାନ୍ ସୈନ୍ୟ ଯୁଦ୍ଧ ଲଢିବାକୁ ଚାହୁଁନଥିବା ବେଳେ ଆମେରିକା ସୈନ୍ୟଙ୍କୁ ସେଠାରେ ମରିବାକୁ ଛାଡ଼ିଦିଆଯିବନି।

ଆଫଗାନର ରାଜନେତାମାନେ ଦେଶର ଭବିଷ୍ୟତ ନେଇ ଏକାଠି ହୋଇପାରୁନାହାନ୍ତି । ଅତୀତରେ ଆଫଗାନିସ୍ତାନରେ ହୋଇଥିବା ଭୁଲକୁ ମୁଁ ଆଉ ଦୋହରାଇବାକୁ ଚାହଁନାହୁଁ ବୋଲି କହିଛନ୍ତି ବାଇଡେନ୍। ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିରୋଧରେ ଆମେ ଆଫଗାନିସ୍ତାନରେ ପ୍ରବେଶ କରିଥିଲୁ। ଅଲକାଏଦା ଆତଙ୍କବାଦୀ ସଂଗଠନ ଯେମିତି ଆଫଗାନିସ୍ତାନ ମାଟିକୁ ଆମେରିକା ବିରୋଧରେ ବ୍ୟବହାର କରିପାରିବ ନାହିଁ। ଏହା ଥିଲା ଆମେରିକାର ଉଦ୍ଦେଶ୍ୟ। ଯାହା ୧୦ ବର୍ଷ ତଳୁ ଆମେ ହାସଲ କରିସାରିଛୁ। ଆଫଗାନିସ୍ତାନ ଉପରେ ତୀକ୍ଷଣ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ବାଇଡେନ। ଆଫଗାନିସ୍ତାନବାସୀର ଏ ଘଡିଷନ୍ଧି ମୁହୁର୍ତ୍ତରେ ରାଷ୍ଟ୍ରପତି ଅଶରଫ୍ ଘନି ଦେଶ ଛାଡ଼ି ପଳାଇ ଯିବାର ନଥିଲା।

ଆଫଗାନ ସୈନ୍ୟ ନିଜେ ତାଲିବାନ ଆଗରେ ହାତ ଟେକିଦେଲେ, ନେତା ଦେଶ ଛାଡ଼ି ପଳାଇଲେ। ଆମେ କିପରି ଆମ ସୈନ୍ୟଙ୍କୁ ମରିବାକୁ ଛାଡ଼ିଦେବୁ । ଟ୍ରମ୍ପଙ୍କ ଶାସନ କାଳରେ ଆଫଗାନିସ୍ତାନରେ ୧୫ ହଜାର ସୈନ୍ୟ ଥିଲେ, ଯାହାକି ଏବେ ବି ସେଠାରେ ୨ ହଜାର ସୈନ୍ୟ ଅଛନ୍ତି । ଆମେ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ସେଠାକୁ ଯାଇଥିଲୁ। ଅଲକାଏଦାକୁ ସଫା କଲୁ। ଆମର ମିଶନ ସେଠାରେ ରାଷ୍ଟ୍ର ନିର୍ମାଣ ନ ଥିଲା ବୋଲି ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ