Masthead

ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ

ମାଲକାନଗିରି (ବଡ଼ ଖବର ବ୍ୟୁରୋ) ଲାଗି ରହିଛି ବର୍ଷା ବିପାତ । ପୋଲ ଉପରେ ଚଢ଼ିଲା ପାଣି । ବୁଡ଼ିଲା ଜିଲ୍ଲାର 4 ତଳୁଆ ପୋଲ । 326 ନମ୍ବର ଜାତୀୟ ରାଜପଥ ରେ ଯୋଗାଯୋଗ ବିଚ୍ଛିନ୍ନ । ମାଲକାନଗିରି ଜିଲ୍ଲା କାଗୃକୋଣ୍ଡା ପୋଲ ଉପରେ 3 ଫୁଟ ର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ପୋଟେରୁ ପୋଲ ଉପରେ ପାଣି ଚଢିବା ଆରମ୍ଭ ହେଲାଣି । ସେଇଭଳି କନ୍ୟାଶ୍ରମ, mv-90 ଓ mv-96 ପୋଲ ଉପରେ ଦୁଇ ରୁ ୩ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ପୋଲର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ ହୋଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ । ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।

ତେବେ ଗତକାଲି ରାତିରେ ପ୍ରବଳ ପବନ ବହିବା ଯୋଗୁଁ mv 17 ନମ୍ବର ନିକଟରେ 326 ନମ୍ବର ଜାତୀୟ ରାଜପଥ ରେ ଏକ ବିରାଟ ଗଛ ପଡିଯିବା ଯୋଗୁଁ ରାଜରାସ୍ତା ଅବରୋଧ ହୋଇଯାଇଥିଲା । ତେବେ ଘଟଣାସ୍ଥଳ ରେ ମାଲକାନଗିରି ଅଗ୍ନିଶମ ବାହିନୀ ପହଂଚି ଗଛକୁ କାଟି ଯୋଗାଯୋଗ ସ୍ୱଚ୍ଛଳ କରିଥିଲେ । ବର୍ତ୍ତମାନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଲକାନଗିରି ଜିଲ୍ଲାର ୪ ବ୍ଲକ ପାଇଁ ୪ ଉପରିସ୍ଥ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ୪ଟି ବ୍ଲକ ପାଇଁ ୪ ଜଣ ଉପରିସ୍ଥ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଶାସନ ପକ୍ଷରୁ ଜାରି ତାଲିକା ଅନୁଯାୟୀ, କାଲିମେଳା ବ୍ଲକ ଦାୟିତ୍ୱ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ସୋମନାଥ ପ୍ରଧାନଙ୍କୁ ଦିଆଯାଇଛି ।

କାଲିମେଳା ମାଲକାନଗିରି ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ତାଙ୍କୁ ସୋର୍ଲୁକୋଣ୍ଡା ବ୍ୟାରେଜ୍ ରୋଡ୍ ଦେଇ ପହଞ୍ଚିବାକୁ ନେଇ ନିର୍ଦେଶ ରହିଛି। ସେହିପରି ଚିତ୍ରକୋଣ୍ଡା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍  ବେଦବର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି। ମାଥିଲି ବ୍ଲକ ଦାୟିତ୍ୱ CDO-cum-EO, ZP ଦଶରଥୀ ସରାବୁଙ୍କୁ ଏବଂ ମାଲକାନଗିରି ବ୍ଲକ ଦାୟିତ୍ୱ ସବ୍-କଲେକ୍ଟର ଦୁର୍ଜ୍ୟୋଧନ ଭୋଇଙ୍କୁ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ଅନୁଯାୟୀ, ସମ୍ପୃକ୍ତ ଅଧିକାରୀମାନେ ନିଜ ନିଜ ଦାୟିତ୍ୱପ୍ରାପ୍ତ ବ୍ଲକରେ ପ୍ରଶାସନିକ କାର୍ଯ୍ୟକଳାପ ଓ ଆବଶ୍ୟକୀୟ ବ୍ୟବସ୍ଥାର ତଦାରଖ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ