Masthead

ପାଠପଢାଉଛନ୍ତି ପାଚିକା

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ବିଦ୍ୟାଳୟରେ ପାଚିକାଙ୍କ ଉପସ୍ଥିତିରେ ପିଲାଙ୍କୁ ମିଳୁନି ଖାଦ୍ୟ । କେବଳ ପିଲାଙ୍କୁ ପାଠ ପଢ଼ାଉଛନ୍ତି ପାଚିକା । ଖାଇବା ବଦଳରେ କଞ୍ଚା ଅଣ୍ଡା ନେଇ ଉପାସରେ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ଖାତା କଲମରେ ସବୁଦିନ ପଢୁଛି ପିଲାଙ୍କ ନାମରେ ମିଲ । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଭୋଗରାଇ ବାଡ଼ପୁର ପ୍ରାଥମିକ ବିଦ୍ୟାଳୟରେ । ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଥିବାବେଳେ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠପଢନ୍ତି ।

ଭୁବନେଶ୍ୱରରେ ପାଚିକାଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଗତ ମଙ୍ଗଳବାର ଦିନ ପାଚିକା ମଞ୍ଜୁ ସାହୁ ଉକ୍ତ ବିଦ୍ୟାଳୟକୁ ଆସି ଦୀର୍ଘ ସମୟ ଧରି ପିଲାଙ୍କୁ ପାଠ ପଢାଇବା ସହିତ ଆଜି ଖାଇବା ଦିଆଯିବନି ବୋଲି କହିଥିବା ବେଳେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାଇତ୍ୱରେ ଥିବା ସାଧନା ଘଡାଇ ପିଲାଙ୍କୁ କଞ୍ଚା ଅଣ୍ଡା ଦେଇ ଉପାସରେ ଘରକୁ ପଠାଇଥିଲେ । କିନ୍ତୁ ପିଲାଙ୍କ ନାମରେ ମିଲ ପକାଇ ଦେଇଥିଲେ । ଘଟଣା ପ୍ରକଟ ହେବା ପରେ ଭୋଗରାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋମଲ ଲୋଚନ ବିଶ୍ୱାଳ ତଦନ୍ତ ଆରମ୍ଭ କରିବା ସହିତ ଅତିଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି