ନା ଧନୀ ଦାନ ଦେଉଛନ୍ତି, ନା ଭୋକିଲା ଦାନା ପାଉଛନ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ହାହାକାର ସ୍ଥିତି । ନା ଧନୀ ଲୋକ ଆଉ ଦାନ କରୁଛନ୍ତି, ନା ଭୋକିଲା ଲୋକ ଦାନା ପାଉଛନ୍ତି । ଚଳିତ ବର୍ଷ ସବୁଠୁ ମହଙ୍ଗା ରମଜାନ୍ ଦେଖିଲେ ଜନତା । ପାକିସ୍ତାନରେ ସାଙ୍ଘାତିକ ସଙ୍କଟ । ମହଙ୍ଗା ମାଡ଼ରେ ସମସ୍ତେ ଅସ୍ତବ୍ୟସ୍ତ । ଭୋକିଲାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାଉଳ, ଗହମ ଭଳି ଖାଦ୍ୟ ସାମଗ୍ରୀ ପାଲଟିଛି ସାତ ସପନ । ଭୋକିଲା ମୁହଁରେ ଦାନା ଦେବା ପାଇଁ ଦାତବ୍ୟ ଅନୁଷ୍ଠାନ ବି ସକ୍ଷମ ହୋଇପାରୁ ନାହାନ୍ତି ।

ମହଙ୍ଗା ମାଡ଼ରେ ନିଜ ପେଟ ଚିନ୍ତା ବେଶି ଘାରୁଛି । ଅନ୍ୟ ପାଇଁ ଦାନ କରିବା ଲୋକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଆଗକୁ ସ୍ଥିତି କଣ ହେବ ତାହା ଆକଳନ କରିବା କଷ୍ଟକର । ଏଥର ରମଜାନ ମଧ୍ୟ ଫିକା ପଡିଛି । ଧାର୍ମିକ ପରମ୍ପରା ଉପରେ ଦାଉ ସାଧିଛି ମହଙ୍ଗା ମାଡ । ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ଲୋକଙ୍କ ମୁହଁରୁ ଦାନ ଛଡାଇନେଇଛି । ପାକିସ୍ତାନର ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇଥିବାରୁ ଦାତାମାନଙ୍କ ଆୟ ବହୁମାତ୍ରା କମିଛି । ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ ।
ରମଜାନ ମାସ ଆରମ୍ଭ ହେଉ ହେଉ ପାକିସ୍ତାନର ମୁଦ୍ରାସ୍ଫିତି ଗତ ମାସରେ ୩୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଖାଦ୍ୟ ମୁଦ୍ରାସ୍ଫୀତି ୪୭.୧ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୫୦.୨ ପ୍ରତିଶତ ରହିଥିଲା । ଫଳରେ ଦେଶରେ ଚାଉଳ ଦର ୩୩୫ ଏବଂ ଚିକେନ ଦଲ କିଲୋଗ୍ରାମ ପିଛା ୩୫୦ରେ ପହଞ୍ଚିଛି । ସେହିଭଳୀ ମଟନ ଦର ୧୮୦୦ ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’