Masthead

ଆଜି ପବିତ୍ର ଦୀପାବଳି, ଦିଗମ୍ବର ବେଶରେ ଦର୍ଶନ ଦେଉଛନ୍ତି ମଣିବାବା

ଆରଡ଼ି (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ଦୀପାବଳି ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିବ ମହାଦୀପ। ଏଥିପାଇଁ ମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ଭୋର ୪ଟାରେ ମନ୍ଦିରର ଦ୍ୱାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଛି ମଣିବାବାଙ୍କୁ।

ପରେ ପହଡଖିଆ ଅନ୍ନନୀତି, ଯୋଗୀବେଶ, ବଡ ଅନ୍ନନୀତି ଭୋଗ ଲାଗି ହେବା ପରେ ୧ଘଣ୍ଟା ଅବକାଶ (ଶୟନ) ନୀତି କରାଯିବ। ପରେ ଦୀପାବଳି ନୀତି ନିମନ୍ତେ ମନ୍ଦିର ଗର୍ଭଗୃହକୁ ସଫେଇ କରାଯାଇ ଅପରାହ୍ନ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ। ସନ୍ଧ୍ୟାରେ ଦୀପଦାନ ଓ ଷୋଡଶ ଉପଚାର ପୂଜା , ବଡ଼ଆଳତୀ ନୀତି ସରିବା ପରେ ରାତ୍ର ୮ଟାରେ ପାଳିଆ ସେବାୟତଙ୍କ ଦ୍ୱାରା ମହାଦୀପ ପ୍ରସ୍ତୁତ କରାଯାୟୀ ଗୁପ୍ତଷୋଡଶ ଉପଚାର ପୂଜାରେ ମହାଦୀପ ମାର୍ଜନା ଓ ଅଗ୍ନି ସଂଯୋଗ କରାଯାଇ ରାତ୍ର ୯ଟାରେ ମହାଦୀପ ମନ୍ଦିରଚୂଡାକୁ ଉଠିବ ବୋଲି ନୀତି ନିର୍ଦ୍ଧାରଣ କରାଯାଇଛି।

ମଣିବାବାଙ୍କ ମନ୍ଦିରରେ ଜାଗର ଓ ଦୀପାବଳୀରେ ମହାଦୀପ ଉଠିଥାଏ। ଏହି ମହାଦୀପ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କର ସମାଗମ ହୋଇଥାଏ। ହେଲେ କୋଭିଡ କଟକଣା ବଳବତ୍ତର ରହିଥିବାରୁ ମହାଦୀପକୁ ଘରେ ରହି ଦର୍ଶନ କରିବାକୁ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା