Masthead

ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏସିଆ କପର ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ପରାସ୍ତ କରି ବିଜୟ ହାସଲ କରିଛି ପାକିସ୍ତାନ । ବାବର ଆଜମ ଓ ଇଫତିକାରଙ୍କ ଶତକ ଓ ଶୃଙ୍ଖଳିତ ବୋଲିଂ ବଳରେ ପାକିସ୍ତାନ ଏସିଆ କପ ୨୦୨୩ରେ ବିଜୟରୁ ଆରମ୍ଭ କରିଛି । ଘରୋଇ ମାଟିରେ ଖେଳୁଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ କରିଥିଲା ୩୪୨ ରନ୍ । ଜବାବରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା ନେପାଳ । ପାକିସ୍ତାନ ଏକ ସମୟରେ ୧୨୪ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନେପାଳ ଦଳ ଆରମ୍ଭରୁ ଫକର ଜମାନ ଓ ଇମାମ-ଉଲ-ହକଙ୍କ ଓ୍ବିକେଟ ନେଇ ପାକିସ୍ତାନକୁ ଝଟକା ଦେଇଥିଲା ।

କିନ୍ତୁ ୩ୟ ସ୍ଥାନରେ ଆସିଥିବା ବାବର ଆଜମ୍ ଓ ୪ର୍ଥରେ ଆସିଥିବା ମହମ୍ମଦ ରିଜଓ୍ବାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ରିଜଓ୍ବାନ ୪୪ ରନ କରି ଆଉଟ ହୋଇଥିଲେ ବି ବାବରଙ୍କ ବ୍ୟାଟିଂ ଶେଷ ଓଭର ପର୍ୟ୍ୟନ୍ତ ଜାରି ରହିଥିଲା । ସେ ୧୩୧ଟି ବଲ ଖେଳି ୧୫୧ ରନ କରି ସୋମପାଲ କାମିଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ୬ ନମ୍ବର ସ୍ଥାନରେ ଆସିଥିବା ଇଫତିକାର ଅହମ୍ମଦ ଏକ ଆକର୍ଷଣୀୟ ଇନିଂସ ଖେଳି ମାତ୍ର ୭୧ଟି ବଲରେ ଅପରାଜିତ ୧୦୯ ରନ କରିଥିଲେ । ଏହା ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୩୪୨ରନ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ